spot_img

ରାଜ୍ୟରେ ୩୦ରୁ ୨ ଯାଏ ଘୂର୍ଣ୍ଣିଝଡ଼, ବଜ୍ରପାତ ଆଶଙ୍କା

ଭୁବନେଶ୍ୱର : ଆସନ୍ତା ୩୦ ତାରିଖରୁ ଅକ୍ଟୋବର ୨ ଯାଏଁ ରାଜ୍ୟରେ ବଜ୍ରପାତ ସହ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି। ଏଣୁ ଏହି ୩ ଦିନ ସତ୍ତର୍କତା ଅବଲମ୍ବନ କରିବା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜ୍ୟବାସୀଙ୍କୁ ପରାମର୍ଶ ଦିଆଯାଇଛି। ଏହାସହ ବିପଦ ଥିବା ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୩୦ରୁ ୨ ତାରିଖ ପର୍ୟ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସହ ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ବୌଦ୍ଧ ଓ ଢେଙ୍କାନାଳରେ ଘୂର୍ଣ୍ଣିଝଡ଼ ସହ ବଜ୍ରପାତର ସମ୍ଭାବନା ରହିଛି। ଅପରପକ୍ଷେ ଏହାକୁ ଦୃଷ୍ଟିରେ ରଖି ଯେକୌଣସି ପ୍ରତିକୂଳ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ ଜେନା ସମସ୍ତ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular