ମୁମ୍ବାଇ: ଡ୍ରଗ୍ସ ମାମଲାରେ ଯେବେଠାରୁ ବଲିଉଡ଼୍ର ନାମୀ ତାରକା ଫସିଛନ୍ତି, ସେବେଠାରୁ ଅନେକ ଚାଞ୍ଚଲ୍ୟକର ଘଟଣାବଳୀ ସାମ୍ନାକୁ ଆସୁଛି । ଏନସିବି ଏହି ମାମଲାରେ ଦୀପିକାଙ୍କୁ ପଚରାଉଚରା କରିବା ସହ ସତ ଜାଣିବାକୁ ଚେଷ୍ଟା କରୁଛି । ଦୀପିକାଙ୍କ ଚାଟରେ ଥିବା ମାଲ୍ କ’ଣ ବୋଲି ଏନସିବି ଜାଣିବାକୁ ଚାହିଁଛି । ଏ ମାମଲାରେ ଦୀପିକାଙ୍କ ଜବାବ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଦୀପିକା କହିଛନ୍ତି କି ସେ ମାଲ , ସିଗାରେଟକୁ କହିଛନ୍ତି । ଆଉ ମାଲ ତାଙ୍କର କୋଡ ୱାର୍ଡ । ଏହାପରେ ହେସ୍ କ’ଣ ବୋଲି ତାଙ୍କୁ ପଚରାଯାଇଥିଲା । ଏହା ପରେ ଦୀପିକା କହିଥିଲେ ୱିଡ୍ ଟାଇପ୍ ସିଗାରେଟ ବା ଭିନ୍ନ ଭିନ୍ନ ବ୍ରାଣ୍ଡର ସିଗାରେଟକୁ କହୁ ବୋଲି କହିଥିଲେ । ହେସ୍ ଓ ୱିଡ୍ ଅଲଗା ଅଲଗା ବ୍ରାଣ୍ଡର ସିଗାରେଟ କିପରି ବୋଲି ଏନସିବି ପଚାରିଥିଲା । ପତଳା ସିଗାରେଟକୁ ହେସ ଓ ମୋଟା ସିଗାରେଟକୁ ୱିଡ କହିଥାଉ । ଆମେ ସିଗାରେଟ ପିଇଥାଉ, ମାତ୍ର ସେ ଡ୍ରଗ୍ସ ନୁହେଁ ବୋଲି ଦୀପିକା କହିଥିଲେ । କୋଡୱାର୍ଡର ବ୍ୟବହାର କାହିଁକି କରିଥାଆନ୍ତି ବୋଲି ପଚରା ଯିବାରୁ ସେ କହିଥିଲେ କି ଫିଲ୍ମ ଇଣ୍ଡଷ୍ଟ୍ରୀରେ କଥାବାର୍ତ୍ତା ସମୟରେ ଅନେକ କୋଡୱାର୍ଡ ବ୍ୟବହାର କରାହୋଇଥାଏ । ସେ ଅନେକ ଗୁଡିଏ କୋୱାର୍ଡ ବିଷୟରେ କହିଥିଲେ । ଯେଉଁଥିରେ ‘ପନିର’ ଓ ‘କ୍ୱିକି ଆଣ୍ଡ ମ୍ୟାରିଜ’ ଅନ୍ୟତମ । ପତଳା ଲୋକଙ୍କୁ ଆମେ ପନିର ଡାକିଥାଉ । ଲଙ୍ଗ୍ ଆଣ୍ଡ ସର୍ଟ ରିଲେଶନଶିପ୍ ପାଇଁ ‘କ୍ୱିକି ଆଣ୍ଡ ମ୍ୟାରିଜ’ ବ୍ୟବହାର କରାଯାଏ । ‘କ୍ୱିକି’ ସର୍ଟ ରିଲେଶନ ଓ ‘ମ୍ୟାରିଜ’ ଲଙ୍ଗ ରିଲେଶନ’ପାଇଁ ବ୍ୟବହାର କରାଯାଏ ବୋଲି ଦୀପିକା କହିଥିଲେ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0