spot_img

୩ ଶହ ପୁଲିସ କର୍ମଚାରୀ ଆହତ

ନୂଆଦିଲ୍ଲୀ: ଟ୍ରାକ୍ଟର ରାଲି ହିଂସାରେ ୩ ଶହ ପୁଲିସ କର୍ମଚାରୀ ଆହତ । ଏନେଇ ଦିଲ୍ଲୀ ପୁଲିସ ୨୨ ଟି ମାମଲା ରୁଜୁ କରିଛି । ହିଂସାକାଣ୍ଡ ସ୍ଥଳରୁ ସିସିଟିଭି ଫୁଟେଜ ସଂଗ୍ରହ କରିଛି ପୁଲିସ । ତେବେ ସିସିଟିଜି ଫୁଟେଜ ଆଧାରାରେ ଯାଞ୍ଚ କରୁଛି ଦିଲ୍ଲୀ ପୁଲିସ । ଦିଲ୍ଲୀ ପୁଲିସ ସ୍ପେସାଲ ସେଲ ଓ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛନ୍ତି । ୱାଜିରାବାଦ ଏବଂ ବୁରାଡିରେ ଏସଏଚଓ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଅନ୍ନଦାତାଙ୍କ ପ୍ରଦର୍ଶନ ନିୟନ୍ତ୍ରଣ ବହାରକୁ ଚାଲିଯିବାରୁ ପୁଲିସ ପକ୍ଷରୁ ଲାଠି ଚାର୍ଜ ଲାଠି ଚାର୍ଜ କରାଯିବା ସହ ୱାଟର କ୍ୟାନନରୁ ପାଣି ମାଡ କରାଯାଇଥିଲା । ସୁରକ୍ଷାକୁ ଦୃଷ୍ଟିରେ ରଖି ଗାଜିପୁର ମଣ୍ଡି, ଏନଏଚ-୯ ଏବଂ ଏନଏଚ-୨୪କୁ ବନ୍ଦ କରି ଦିଆଯାଇଛି । ଦିଲ୍ଲୀର କେତେକ ଅଞ୍ଚଳରେ ଏବେବି ଇଣ୍ଟରନେଟ ସେବା ବନ୍ଦ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular