ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ ଅଧୀନରେ ଥିବା ଅଞ୍ଚଳରେ ଏଣିକି କାଠରେ ନୁହେଁ ଗୋବର ଘସିରେ କରାଯିବ ଶବ ସତ୍କାର। ବିଜେପି ନେତୃତ୍ୱାଧୀନ ଏସଡିଏମସି ହାଉସରେ ଚଳିତ ସପ୍ତାହରେ ହୋଇଥିବା ଏକ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି ବୋଲି ଏକ ବିବୃତି ଜାରି କରାଯାଇ କୁହାଯାଇଛି। ଏ ନେଇ ଦକ୍ଷିଣ ଦିଲ୍ଲୀର ମେୟର ଅନାମିକା କହିଛନ୍ତି ‘ଏଣିକି ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ ଅଧୀନରେ ଥିବା ଅଞ୍ଚଳରେ କାଠ ବଦଳରେ ଘସିରେ ଅନ୍ତିମ ସତ୍କାର କରାଯିବ। ଏସଡିଏମସି ଶବଦାହ କେନ୍ଦ୍ରରେ କାଠ, ଘସି ଓ ନଡ଼ା ଆଦି ଉପଲବ୍ଧ ରହିବ।’ ସେ ଆହୁରି ବି କହିଛନ୍ତି ଯେ ଘସିଗୁଡ଼ିକର ଆକାର କ୍ଷୁଦ୍ରତମ ହୋଇଥିବାରୁ ଲୋକମାନେ ବେଶି କାଠକୁ ପସନ୍ଦ କରିଥାନ୍ତି। ସେହି କାରଣରୁ ଏବେ ଗୋବରରେ କାଠ ଗଣ୍ଡି ଆକାରର ଜାଳେଣି ପ୍ରସ୍ତୁତ କରିବାକୁ ପ୍ରସ୍ତାବ ରହିଛି। ଏହି ଗୋବର ନିର୍ମିତ ବଡ଼ ଆକାରର ଜାଳେଣି ବିଶେଷ କରି ଅଭାବୀ ଲୋକଙ୍କ ପାଇଁ ବେଶି ଲାଭପ୍ରଦ ହେବ। ଗୋବର ଆମ ସଂସ୍କୃତି ସହ ଜଡ଼ିତ ବୋଲି ମଧ୍ୟ ବିବୃତିରେ କୁହାଯାଇଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0