ଯାଜପୁର: ଯାଜପୁର ଜିଲ୍ଲାରେ ଜଣେ ଶିକ୍ଷୟିତ୍ରୀଙ୍କୁ ଦିନଦି’ପରରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରାଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ରୋଡ୍ ଥାନା ଅନ୍ତର୍ଗତ ରାଛିପୁର ଛକ ନିକଟରେ ରାସ୍ତା ମଝିରେ ଶିକ୍ଷୟିତ୍ରୀଙ୍କୁ ହାଣି ହତ୍ୟାକରାଯାଇଛି। ଜଣେ ଦୁର୍ବୃତ୍ତ ଯୋଗମାୟା ଜେନା ନାମ୍ନୀ ଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଛି। ପ୍ରତକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଶିକ୍ଷୟିତ୍ରୀଙ୍କ ଦୁଇ ହାତ କଟିଯାଇଛି।
ସୂଚନା ଅନୁସାରେ, ମୃତ ଶିକ୍ଷୟିତ୍ରୀ ଅନ୍ୟ ଜଣେ ଶିକ୍ଷକ ମୋହିନୀମୋହନ ମୁଦୁଲିଙ୍କ ସହ ଚାଲି ଚାଲି ଯାଉଥିବା ବେଳେ ଉଭୟଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିଥିଲା। ଏହାଫଳରେ ଘଟଣାସ୍ଥଳରେ ଶିକ୍ଷୟିତ୍ରୀ ଯୋଗମାୟା ଜେନାଙ୍କ ମୃତ୍ୟୁ ଘଟିଥିବା ବେଳେ , ଗରୁତର ହୋଇଥିବା ଶିକ୍ଷକ ମୋହିନୀମୋହନ ମୁଦୁଲିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହେବା କାରଣରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏଣେ ଅଭିଯୁକ୍ତ ଫେରାର୍ ହୋଇଥିବା ଜଣାଯାଇଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0