spot_img

ରାଜ୍ୟରେ ସର୍ବାଧିକ ୩୩୭୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୩୩୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୨୦୫୩ ଜଣ କ୍ୱରେଣ୍ଟାଇନରେ ଥିବା ବେଳେ ୧୩୧୮ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୮୭୬୦୨ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୬୩ଜଣ, ବାଲେଶ୍ୱର ଜିଲ୍ଲାରୁ ୯୮ଜଣ, ବରଗଡ଼ ଜିଲ୍ଲାରୁ ୯୮ଜଣ, ଭଦ୍ରକ ଜିଲ୍ଲାରୁ ୧୧୪ଜଣ, ବଲାଙ୍ଗୀର ଜିଲ୍ଲାରୁ ୭୬ଜଣ, ବୌଦ୍ଧ ଜିଲ୍ଲାରୁ ୪ଜଣ, କଟକ ଜିଲ୍ଲାରୁ ୩୫୭ଜଣ, ଦେଓଗଡ଼ ଜିଲ୍ଲାରୁ ୮ଝଣ, ଢେଙ୍କାନାଳ ଜିଲ୍ଲାରୁ ୬୭ଝଣ, ଗଜପତି ଜିଲ୍ଲାରୁ ୪୧ଜଣ, ଗଞ୍ଜାମ ଜିଲ୍ଲାରୁ ୧୯୬ଜଣ, ଜଗତସିଂହପୁର ଜିଲ୍ଲାରୁ ୯୫ଜଣ, ଯାଜପୁର ଜିଲ୍ଲାରୁ ୧୭୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୯୩ଜଣ, କଳାହାଣ୍ଡି ଜିଲ୍ଲାରୁ ୨୮ଜଣ, କନ୍ଧମାଳ ଜିଲ୍ଲାରୁ ୪୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୬ଜଣ, କେନ୍ଦୁଝର ଜିଲ୍ଲାରୁ ୭୪ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୪୭, କୋରାପୁଟ ଜିଲ୍ଲାରୁ ୯୧ଜଣ, ମାଲକାନଗିରି ଜିଲ୍ଲାରୁ ୧୩୪ଜଣ , ମୟୁରଭଞ୍ଜ ଜିଲ୍ଲାରୁ ୯୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୬୫ଜଣ, ନୟାଗଡ ଜିଲ୍ଲାରୁ ୧୭୧ଜଣ, ନୂଆପଡ଼ା ଜିଲ୍ଲାରୁ ୧୫ଜଣ, ପୁରୀ ଜିଲ୍ଲାରୁ ୧୪୪ଜଣ, ରାୟଗଡ଼ା ଜିଲ୍ଲାରୁ ୧୪୬ଜଣ, ସମ୍ବଲପୁର ଜିଲ୍ଲାରୁ ୧୦୭ଜଣ, ସୋନପୁର ଜିଲ୍ଲାରୁ ୩ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୫୪ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ରାଜ୍ୟରେ ମୋଟ ୮୭୬୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୭,୬୩୮ଆକ୍ଟିଭ କେସ୍ ରହିଥିବା ବେଳେ ୫୯,୪୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୪୮୫୧୬୭ଟି ସାମ୍ପୁଲ ଟେଷ୍ଟ ହୋଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular