ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସାରା ଦେଶରେ ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇଥିଲା ଲକ୍ ଡାଉନ୍ । ପରେ ଜୁନରୁ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଲକ୍ଡାଉନ୍ ସମୟରେ ସରକାର ଜୀବନ ରକ୍ଷାକୁ ଗୁରୁତ୍ୱ ଦେଇଥିଲେ । ଆଉ ଅନ୍ ଲକ୍ ଅବଧିରେ ଉଭୟ ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦେଉଛନ୍ତି । ବର୍ତ୍ତମାନ ଦେଶରେ ଅନଲକ-୩ କାର୍ଯ୍ୟକାରୀ ହେଉଥିବା ବେଳେ ସେପ୍ଟେମ୍ବର ପହିଲାରୁ ଅନଲକ୍- ୪ ସାରା ଦେଶରେ ଆରମ୍ଭ ହେବ । କରୋନା ସଂକ୍ରମଣ ଏବେ ଦେଶରେ ଶୀର୍ଷରେ ଥିବା ବେଳେ ଅନଲକ୍ -୪ ଉପରେ ସାରା ଦେଶବାସୀଙ୍କ ନଜର ଅଛି । ଅନଲକ୍ -୪ରେ ସରକାର ମେଟ୍ରୋ ସେବାକୁ ଅନୁମତି ଦେଇପାରନ୍ତି ।
ନଗର ଉନ୍ନୟନ ମନ୍ତ୍ରାଳୟ, ମହାନଗର ନିଗମ, ମେଟ୍ରୋ ରେଲ କର୍ପୋରେସନ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ସହିତ କଥାବାର୍ତ୍ତା ଚାଲିଛି ବୋଲି ସୂଚନା ମିଳିଛି । ଚଳିତ ସପ୍ତାହରେ ଏନେଇ ନିର୍ଦ୍ଦେଶାବଳୀ ଜାରି ହେବାର ସମ୍ଭାବନା ରହିଛି । ଟୋକନ ପରିବର୍ତ୍ତେ କାର୍ଡରେ ମେଟ୍ରୋ ଟ୍ରେନରେ ଯାତ୍ରା ସୁବିଧା ଉପଲବ୍ଧ କରାଯାଇପାରେ । ମାର୍ଚ୍ଚ ୨୨ରୁ ଦେଶରେ ମେଟ୍ରୋ ସେବା ବନ୍ଦ ରହିଛି । ଦେଶରେ ସ୍କୁଲ ଓ କଲେଜ ଖୋଲିବା ନେଇ କୌଣସି ସୂଚନା ନାହିଁ । ଆଇଆଇଟି ଓ ଆଇଆଇଏମ୍ ଭଳି ପ୍ରତିଷ୍ଠାନଗୁଡ଼ିକୁ ଖୋଲିବାକୁ ବିଚାର କରୁଛନ୍ତି । ସେହିଭଳି ସିନେମା ହଲ୍ ଓ ପ୍ରୋକ୍ଷାଳୟଗୁଡ଼ିକ ବନ୍ଦ ରହିବ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0