ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ବଡ଼ ବୋରସିଂ ହାଇସ୍କୁଲରେ ଅଭାବନୀୟ ଘଟଣା। ଥଟା ମଜାରୁ ସ୍କୁଲ ହତାରେ ୨ଜଣ ଛାତ୍ର ହେଲେ ହାତାହାତି। ଦୁଇ ଦଶମ ଶ୍ରେଣୀ ଛାତ୍ରଙ୍କ ମଧ୍ୟରେ ମଜା ମଜାରୁ ହୋଇଛି ଛୁରାମାଡ଼। ଛୁରା ମାଡ଼ରେ ଜଣେ ଗୁରୁତର ଛାତ୍ରକୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଛୁରା ମାଡ଼ କରିଥିବା ଛାତ୍ରକୁ ସ୍କୁଲରେ ଅଟକ ରଖାଯାଇଛି। ଗୁରୁତର ଛାତ୍ର ଜଣକ ବଡ଼ ବୋରସିଂ ଗାଁର। ତାଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ପଠାଯାଇଛି। ଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ପ୍ରଥମେ ଦୁଇଜଣଙ୍କ ମଧ୍ୟରେ କୌଣସି କାରଣରୁ ଥଟାମଜା ହୋଇଥିଲା। ପରେ ଏହି ଥଟାମଜା କଳହରେ ପରିଣତ ହେବା ପରେ ଉଗ୍ରରୂପ ନେଇଥିଲା। ଯାହାଫଳରେ ଦୁଇଜରଙ୍କ ମଧ୍ୟରେ ଜଣେ ଛାତ୍ର ତା ବ୍ୟାଗରୁ ଛୁରି କାଡ଼ି ଆକ୍ରମଣ କରିଥିଲେ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0