spot_img

୩୪ କେଜି ଗଞ୍ଜେଇ ଜବତ, ୪ଗିରଫ

ଢେଙ୍କାନାଳ: ଗଞ୍ଜେଇ କାରବାର ପର୍ଦ୍ଦାଫାସ କଲା ପୋଲିସ । ଢେଙ୍କାନାଳ ଶକ୍ତି ସୁଗାର ମିଲ ନିକଟରୁ ୩୪ କେଜି ଗଞ୍ଜେଇ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। କନ୍ଧମାଳରୁ ଭୁବନେଶ୍ୱର ଦେଇ କୋଲକାତା ହେଉଥିଲା ଗଞ୍ଜେଇ ଚାଲାଣ । ବିଶେଷ ସୁତ୍ରରୁ ସୂଚନା ପାଇ ବୁଧବାର ରାତିରେ ଟାଉନ ପୁଲିସର ଏକ ଟିମ ଶକ୍ତି ସୁଗାର କାରଖାନା ନିକଟରେ ଏକ ଟାଟା ସଫାରୀକୁ ଅଟକ ରଖିଥିଲା । ଗାଡିକୁ ଯାଞ୍ଚ କରିବା ସମୟରେ ୩୪ କିଲୋ ୨୪୨ ଗ୍ରାମ ଓଜନର ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ସାଢ଼େ ୩ଲକ୍ଷ ଟଙ୍କା ହେବ । ଘଟଣାରେ ଚାରି ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଗିରଫ ହୋଇଥିବା ବ୍ୟକ୍ତି ପୁରୁଣା ଭୁବନେଶ୍ୱର ଗୌରୀ ନଗରର ସିଦ୍ଧାର୍ଥ ଶତପଥି , ଏହି ଗଞ୍ଜେଇ ଚାଲାଣ ରାକେଟର କିଙ୍ଗପିନ ବୋଲି ଜଣାପଡିଛି । ଗିରଫ ଅନ୍ୟ ମାନେ ହେଲେ କନ୍ଧମାଳର ମନୋଜ ନାଏକ ଓ ଅମୀୟ ରଞ୍ଜନ ମଲ୍ଲିକ , କୋଲକାତାର ବଳରାମ ଦାସ । ତେବେ ଏହି ଟାଟା ସଫାରି ଗାଡ଼ିରେ କନ୍ଧମାଳରୁ ଭୁବନେଶ୍ୱର କୋଲକାତାକୁ ଏହି ଗଞ୍ଜେଇ ଚାଲାଣ ହେଉଥିବା ପୁଲିସ ତଦନ୍ତରୁ ଜଣାପଡିଛି । ଗିରଫ ୪ଜଣଙ୍କୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଚଳାଇଥିବା ପ୍ରକାଶ କରିଛନ୍ତି ଢେଙ୍କାନାଳ ଏସଡ଼ିପିଓ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular