spot_img

ରସାୟନିକ ତେଲ ସହାୟତାରେ ମାଛ ମାରୁଛନ୍ତି ମାଫିଆ

ସୁବର୍ଣ୍ଣପୁରମହାନଦୀରେ କମୁଛି ମାଛଙ୍କ ସଂଖ୍ୟା । ବିଲୁପ୍ତ ହେଉଛି ବିରଳ ପ୍ରଜାତିର ମାଛ । ପ୍ରଭାବିତ ହେଉଛି ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା । ବେଆଇନ୍ ବ୍ଳଷ୍ଟିଂ ଓ ରସାୟନିକ ତେଲ ଦ୍ୱାରା ମାଛ ମାରିବା ଏହାର ପ୍ରମୁଖ କାରଣ ବୋଲି କୁହାଯାଉଥିବା ବେଳେ ଏହାକୁ ରୋକିବା ନେଇ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯାଗ କରିଛନ୍ତି ମତ୍ସ୍ୟଜୀବୀ ।

ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରାୟ ଶହେ କିଲୋମିଟର ବ୍ୟାପୀ ମହାନଦୀ ପ୍ରବାହିତ ହେଉଛି । ଜିଲ୍ଲାର ଉଲୁଣ୍ଡା ବ୍ଲକ କେଉଟିପାଲି ଠାରୁ ଆରମ୍ଭ କରି ସୁବଣ୍ଣର୍ପୁର ସହର ଦେଇ ବୀରମହାରାଜପୁର ବ୍ଲକର ସୁବଳୟା ଯାଏଁ ପ୍ରାୟ ୨ ଲକ୍ଷ ଲୋକ ମହାନଦୀ ଉପରେ ନିର୍ଭର କରୁଛନ୍ତି । ବିଶେଷକରି ଜିଲ୍ଲାର ମହାନଦୀ କୂଳିଆ ଗାଁରେ ଥିବା ଝରା ଓ କେଉଟ ସମ୍ପ୍ରଦାୟର ଲୋକଙ୍କ ପାଇଁ ମହାନଦୀ ପାଲଟିଛି ଜୀବନ ଜୀବିକା ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular