ନୂଆଦିଲ୍ଲୀ: ଦିଲ୍ଲୀରେ କୋଭିଡ଼ ଟିକାକରଣ ଡ୍ରାଇଭ୍ ପାଇଁ ୩୫୦୦ ସ୍ୱାସ୍ଥ୍ୟ କର୍ମିଙ୍କୁ ତାଲିମ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୧.୮ ଲକ୍ଷରୁ ୨.୨୫ଲକ୍ଷ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଟୀକାକରଣ କରାଯିବ । କୋଭିଡ଼-୧୯ ଟୀକା ବାହାର କରିବା ପାଇଁ ରାଜଧାନୀରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଟୀକାର ରୋଲଆଉଟ ପାଇଁ ପ୍ରାୟ ୩୫୦୦ ସ୍ୱାସ୍ଥ୍ୟ କର୍ମୀଙ୍କୁ ତାଲିମ ଦିଆଯାଉଛି । ଏଥିମଧ୍ୟରୁ ୧୮୦୦ ସ୍ୱାସ୍ଥ୍ୟ କର୍ମୀଙ୍କ ମଧ୍ୟରୁ ୬୦୯ଟି କୋଲ୍ଡ ଚେନ ପଏଂଟରେ ନିୟୋଜିତ ହେବେ । ଅନ୍ୟମାନେ ଟୀକାକରଣ ବୁଥରେ ଡ଼ାକ୍ତରୀ ଅଧିକାରୀ ଏବଂ ଇନୋକୁ୍ୟଲେଟର ଭାବରେ ଜଡ଼ିତ ହେବେ । ସୋମବାର ଠାରୂୁ ଆରମ୍ଭ ହୋଇଥିବା ଏହି ତାଲିମ ଅଧିବେଶନ ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ସେବା ନିଦେ୍ର୍ଦଶାଳୟ ଦ୍ୱାରା ପରିଚାଳିତ ଏକ କେନ୍ଦ୍ରରେ ଚାଲିଛି । ଯେଉଁମାନେ ବର୍ତମାନର ଅଧିବେଶନରେ ତାଲିମପ୍ରାପ୍ତ ସେମାନେ ଦିଲ୍ଲୀର ୧୧ ଟି ଜିଲ୍ଲାର ଅଧିକାରୀମାନଙ୍କୁ ତାଲିମ ଦେବେ । ତେବେ ଦିଲ୍ଲୀର ପ୍ରଥମ ପର୍ଯ୍ୟାୟରେ ୧.୮ଲକ୍ଷରୁ ୨.୨୫ ଲକ୍ଷ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ଟୀକାକରଣ କରାଯିବ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0