spot_img

୮୫ହଜାର ନକଲି ଜାଲ୍ ନୋଟ୍ ଜବତ

ବାରିପଦା ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ପୋଲିସକୁ ବଡ ସଫଳତା । ଜାଲ୍ ନୋଟ୍ କାରବାର କରୁଥିବା ୨ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଏହାସହ ସେମାନଙ୍କଠାରୁ ୮୫ହଜାର ଟଙ୍କାର ଜାଲ୍ ନୋଟ୍ ଜବତ କରିଛି । ଏହାସହ ଅଭିଯୁକ୍ତଙ୍କ ନିକଟରୁ ୨ଟି ଫୋନ୍ ସହ ପଲସର ଗାଡିକୁ ମଧ୍ୟ ଜବତ କରାଯାଇଛି । ତେବେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଆରକ୍ଷୀ ଅଧୀକ୍ଷକ ସ୍ମିତ ପି.ପରାମରଙ୍କ ନେତୃତ୍ବରେ ଏକ ଟିମ୍ ଗଠନ ହୋଇଥିଲା । ଏହି ଟିମ୍ ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ କରିଛି ।

ବୁଧବାର ବିଳମ୍ବିତ ରାତିରେ ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତିଙ୍କ ସହ ସ୍ପେଶାଲ ସ୍କ୍ବାଡ୍, ବାରିପଦା ଅଞ୍ଚଳରେ ଜାଲ୍ ନୋଟ୍ କାରବାର କରୁଥିବା ୨ ଅଭିଯୁକ୍ତ ବହଡାଗୋଡା ଅଞ୍ଚଳର ରାସବିହାରୀ ରଣା ଓ ରାଖହରି ରଣାଙ୍କୁ ଗିରଫ କରିଛି । ଏହା ସହିତ ଜାଲ୍ ନୋଟ୍ କାରବାର ପଛରେ ଥିବା ମାଷ୍ଟର ମାଇଣ୍ଡକୁ ଖୋଜିବାରେ ଲାଗିଛି ମୟୂରଭଞ୍ଜ ପୋଲିସ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular