ଦେଶରେ କମୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଦେଶରେ ୩୬ ହଜାର ୫୯୫ନୂଆ ସଂକ୍ରମିତ ଚିହ୍ନଟ । ନୂତନ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୫ଲକ୍ଷ ୭୧ହଜାର ୫୫୯ । ସେହପରି ଦିନକରେ ୬ ହଜାର ୮୬୧ସକ୍ରିୟ ସଂକ୍ରମିତ ରହିଥିବା ବେଳେ ମୋଟ ସକ୍ରିୟ ରହିଛନ୍ତି ୪ଲକ୍ଷ ୧୬ ହଜାର ୦୮୨ । ସେହିପରି ଦେଶରେ ଦିନକରେ ୫୪୦ଜଣ କରୋନାରେ ପ୍ରାଣ ହରାଇଛନ୍ତି । ନୂତନ ମୃତକଙ୍କୁ ମିଶାଇ ମୋଟ ମୃତୁ୍ୟ ସଂଖ୍ୟା ୧ଲକ୍ଷ ୩୯ ହଜାର ୧୮୮କୁ ବୃଦ୍ଧି । ଅନ୍ୟପଟେ ଦେଶରେ ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୪୨ ହଜାର ୯୧୬ଜଣ । ଏହି ସୁସ୍ଥ ସଂଖ୍ୟାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୯୦ଲକ୍ଷ ୧୬ ହଜାର ୨୮୯ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0