spot_img

ରାଇରଙ୍ଗପୁରରେ ଓଲଟିଲା ବସ୍ ,୨୫ ଆହତ

ରାଇରଙ୍ଗପୁର: ମୟୁରଭଂଜର ରାଇରଙ୍ଗପୁର ଗ୍ରାମାଂଚଳ ଥାନା ନିକଟରେ ଓଲଟିଲା ବସ୍ l ‘ଅପୁ’ ନାମକ ଘୋରଇ ବସ୍ ରାଇରଙ୍ଗପୁରରୁ ଉଦଳା ଅଭିମୁଖେ ଯାଉଥିଲା । ବସ୍ ଓଲଟିବା ଫଳରେ ଅନେକ ଯାତ୍ରୀ ଗୁରୁତର ହୋଇଛନ୍ତି । ବଡ଼ଝରଣ ନିକଟରେ ବସ୍ ଟି ଭାରସାସ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା ।  ବସ୍ ରେ ପ୍ରାୟ ୫୦ ରୁ ଉର୍ଦ୍ଧ ଯାତ୍ରୀ ଥିଲେ l ସେମାନଙ୍କ ମଧ୍ୟରୁ ୨୫ ଆହତ ହୋଇଥିବା ବେଳେ ୧୦ ଜଣ ଗୁରୁତ୍ୱର ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular