ନୂଆଦିଲ୍ଲୀ: ସୁରତ ହୀରା ବଜାରରେ ୧୭୦୦ରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା କଟକଣା ପାଇଁ ହୀରା ବଜାର କାରବାର ବାଧାପ୍ରାପ୍ତ ହୋଇଥିବା ବେଳେ ଏବେ ଏତେ ସଂଖ୍ୟକ କରୋନା ପଜିଟିଭ ପରେ ସ୍ଥିତି ଶୋଚନୀୟ ହୋଇପଡିଛି । ହୀରା ମାର୍କେଟ ଯେମିତି କରୋନା ହଟସ୍ପଟ ପାଲଟିଯାଇଛି । ବଜାରକୁ ସ୍ୱାଭାବିକ କରିବା ପାଇଁ, କାରବାରର ସମୟ ବୃଦ୍ଧି ସହିତ ପ୍ରତ୍ୟେକ ଏମେରୀ ହ୍ୱିଲ ପାଇଁ ଦୁଇ ଜଣଙ୍କୁ ଅନୁମତି ଦେବା ନେଇ ଡାଇମଣ୍ଡ ଆସୋସିଏଶନ, ନଗର ନିଗମ ଅଧିକାରୀଙ୍କ ଠାରୁ ଅନୁମତି ମାଗିଛି । ଏନେଇ ସୁରତ ନଗର ନିଗମ ଅଧିକାରୀ ବି.ଏନ. ପନୀ କିଛି ନିୟମ ପ୍ରସ୍ତୁତ କରିଛନ୍ତି । ନିୟମାନୁଯାୟୀ, ଗୋଟିଏ ସମୟରେ ମାତ୍ର ୫୦ ଜଣ କର୍ମଚାରୀ କାରଖାନାରେ କାମ କରିପାରିବେ । ଏବଂ ପ୍ରତ୍ୟେକ ଏମେରୀ ହ୍ୱିଲ ରେ କେବଳ ଜଣେ ମାତ୍ର ବସିପାରିବେ । କାରଖାନାକୁ ଦିନ ୨ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲାଯାଇପାରିବ ବୋଲି ସେ କହିଛନ୍ତି । କରୋନା ସ୍ଥିତକୁ ଦେଖି ଏଥିରେ ପରିବର୍ତ୍ତନ କରାଯାଇପାରେ । ସାଧାରଣ ସମୟରେ ଯେଉଁ କାରଖାନାରେ ୧୦୦ ପ୍ରତିଶତ କର୍ମଚାରୀ କାମ କରୁଥିଲେ ସେଠାରେ ଏବେ ମାତ୍ର ୨୫ ପ୍ରତିଶତ କାମ କରୁଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0