ଟିଟିଲାଗଡ଼: ଟିଟିଲାଗଡ଼ ପୋଲିସ ଥାନା ନିକଟରେ ଥିବା ପରିବା ହାଟ ଉପରେ ଚଢିଗଲା ପିକ୍ଅପ୍ ଭ୍ୟାନ। ଘଟଣା ସ୍ଥଳରେ ଜଣେ ପରିବା ବ୍ୟବସାୟୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ପରିବା ବିକାଳୀ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଟାଉନ୍ ଉପରେ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି। ପରିବା ବେପାରୀମାନେ ଟିଟିଲାଗଡ଼ ଓଭରବ୍ରିଜ୍ ତଳେ ପରିବା ବେପାର କରୁଥିଲେ। ତେବେ ବେପାର ସମୟରେ ଏକ ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ପନିପରିବା ଦୋକାନୀଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତ ମହିଳାଙ୍କ ଘର ଟିଟିଲାଗଡ଼ ମଦଭାଟି ପଡାର ବୋଲି ଜଣାପଡ଼ିଛି।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0