ରାଜ୍ୟରେ ପ୍ରତିଷ୍ଠା ହେବ ବାଣିଜ୍ୟିକ କୋର୍ଟ। ବାଣିଜ୍ୟିକ ମାମଲାଗୁଡ଼ିକର ତ୍ବରିତ୍ ଫଇସଲା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ସୁପାରିସ ଓ ପରାମର୍ଶ କ୍ରମେ ରାଜ୍ୟ ସରକାର ୪ଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା କରିବେ। କଟକ ସଦର, ଭୁବନେଶ୍ବର, ବ୍ରହ୍ମପୁର ଓ ସମ୍ବଲପୁରରେ ଗୋଟିଏ ଲେଖାଏଁ ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା କରିବା ନେଇ ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ସମ୍ପର୍କରେ ସୂଚନା ଦେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଏସବୁ କୋର୍ଟଗୁଡ଼ିକ ସିଭିଲ ଜଜ ପାହ୍ୟାର ହେବ। ଓଡ଼ିଶା ସିଭିଲ କୋର୍ଟ ଅଧିନିୟମ ୧୯୮୪ର ଧାରା ୩ ଏବଂ ଧାରା ୯ର ଉପଧାରା (୧) କ୍ଷମତା ପ୍ରୟୋଗ କରି ବାଣିଜ୍ୟିକ କୋର୍ଟ ୨୦୧୫ ଅନୁଯାୟୀ ଏହି କୋର୍ଟଗୁଡ଼ିକୁ ପ୍ରତିଷ୍ଠା କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଦେଓ୍ବାନି ମାମଲା ବିଚାର ପାଇଁ ପୂର୍ବରୁ ଏହି ସବୁ ସ୍ଥାନରେ ସିଭିଲ ଜଜ କୋର୍ଟ କାର୍ୟ୍ୟକ୍ଷମ ହୋଇଛି। ଏବେ ବାଣିଜ୍ୟିକ କୋର୍ଟଗୁଡ଼ିକ ପାଇଁ ସିଭିଲ ଜଜ କ୍ୟା଼ଡରର ବିଚାରପତି ଓ ଅଧିକାରୀ ନିଯୁକ୍ତ ହେବେ। କଟକ ସଦର ବାଣିଜ୍ୟିକ କୋର୍ଟର ସୀମା କଟକ, ଅନୁଗୁଳ, ଢେଙ୍କାନାଳ ଓ ଯାଜପୁର ରହିଥିବା ବେଳେ ଭୁବନେଶ୍ବର ବାଣିଜ୍ୟିକ କୋର୍ଟରେ ଖୋର୍ଦ୍ଧା ଜିଲ୍ଲାର ବାଣିଜ୍ୟିକ ମାମଲା ବିଚାର ହେବ।



Visitors Today : 3
Total Visitors : 130222
Total Views : 9891695
Visitors Online Now : 0