ଆଜି ରାଜ୍ୟରେ ୪ ଜିଲ୍ଳା ଯଥା ମୟୁରଭଞ୍ଜ. କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୁଳରେ ପ୍ରବଳ ବର୍ଷା ହେବ । ଘଡଘଡି ସହ ବଜ୍ରପାତର ସମ୍ଭବନା ରହିଛି । ସେହିପରି ଉତ୍ତର ଓଡିଶା ସମେତ ଗଞ୍ଜାମ, କନ୍ଧମାଳ, ନୟଗଡ, ଖୋର୍ଦ୍ଧା, ବଲାଙ୍ଗୀର, ଅନୁଗୁଳ, ସୋନପୁର, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ ଆଦି ଜିଲ୍ଲାରେ କେତକ ସ୍ଥାନରେ ବିଜୁଳି , ଘଡଘଡି ସହ ବର୍ଷା ହେବାର ସମ୍ଭବନା ରହିଛି । ଏହା ପରେ ଦୁଇ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଆଞ୍ଚଳିକ ପାଣିପାଗ ଗବେଷଣା କେନ୍ଦ୍ର ପକ୍ଷରୁ ଏପରି ପୂର୍ବନୁମାନ କରାଯାଉଛି । ରାଜ୍ୟରେ ଏବେ ଲଗାତାର ମୈାସୁମୀ ଦୁର୍ବଳ ହେଉଛି । ଝାରସୁଗୁଡା, ଓ ନୁଆପଡାରେ ସର୍ବାଧିକ ଓ ଅତିରିକ୍ତ ବର୍ଷା ହୋଇଥିବା ବେଳେ ୧୭ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଓ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଯାଇଛି । ଏଥିମଧ୍ୟରୁ ପୁରୀ, ଖୋର୍ଦ୍ଧା ଯାଜପୁର, କେନ୍ଦ୍ରାପଡା, ଓ କଟକ ଆଦି ୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ଆଭ୍ୟନ୍ତରୀଣ ଓଡିଶାର ୩ ଜିଲ୍ଲା ଯଥା- ମୟୁରଭଞ୍ଜ, କେନ୍ଦୁଝର, ଓ ସୋନପୁରରେ ନିଅଣ୍ଟିଆ ବର୍ଷା ହେବାର ସମ୍ଭାବନା ରହିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0