ଭୁବନେଶ୍ୱର : ରାଜସ୍ଥାନରେ କଂଗ୍ରେସ ସରକାରଙ୍କୁ ଅସ୍ଥିର କରୁଛି ବିଜେପି । ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିଜେପି ବିପଦ ସୃଷ୍ଟି କରୁଛି କେନ୍ଦ୍ର ସରକାର । ଏହାକୁ କେନ୍ଦ୍ର କରି ରାଜ୍ୟ କଂଗ୍ରେସ ତରଫରୁ ବିକ୍ଷୋପ ପ୍ରଦର୍ଶନ କରାଯାଇଛି । ପ୍ରତିବାଦରେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜସ୍ଥାନରେ ସୃଷ୍ଟି ହୋଇଥିବା ପରିସ୍ଥିତି ପାଇଁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତି ଶାହା ଦାୟୀ ବୋଲେି କଂଗ୍ରେସ ଅଭିଯୋଗ କରିଛି ।
ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି, ବିଜେପି ଅର୍ଥବଳ ଓ ବାହୁବଳ ଖଟାଇ ପ୍ରଶାସନିକ ବ୍ୟବସ୍ଥାର ଦୂରୁପଯୋଗ କରିଚାଲିଛି। ନିର୍ବାଚିତ ବିଧାୟକମାନଙ୍କୁ ଅର୍ଥ ପ୍ରଲୋଭନ ଦେଖାଇ ଗୋଟିଏ ପରେ ଗୋଟିଏ କଂଗ୍ରେସ ଶାସିତ ରାଜ୍ୟମାନଙ୍କରେ ସରକାର ଭାଙ୍ଗିବାକୁ ଉଦ୍ୟମ କରାଯାଉଛି। ଏପରିକି ନର୍ବାଚିତ ପ୍ରତିନିଧିମାନଙ୍କୁ ବାଉଁସର ଲଗାଇ ଜୋର ଜବରଦସ୍ତ ହୋଟେଲ ଓ ଗେଷ୍ଟ୍ହାଉସରେ ନଜରବନ୍ଦୀ ଭାବେ ରଖାଯାଉଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହାଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳ ସଦସ୍ୟମାନେ ଏହିପରି କୁତ୍ସିତ ବ୍ୟବସ୍ଥାକୁ ପ୍ରାଥମିକତା ଦେଉଛନ୍ତି। ଫଳରେ ଭାରତବର୍ଷର ସମ୍ବିଧାନ ଓ ଗଣତନ୍ତ୍ର ଆଜି ବିପନ୍ନ ହୋଇଛି। ଗତ କିଛିଦିନ ତଳେ ଅର୍ଥ ଓ ବାହୁବଳ ପ୍ରୟୋଗ କରି ବିଜେପି ଗୋଆ, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ଲୋକଙ୍କ ଦ୍ବାରା ନିର୍ବାଚିତ କଂଗ୍ରେସ ସରକାରଙ୍କୁ ଭାଙ୍ଗିବାରେ ସକ୍ଷମ ହୋଇଥିଲା। ଦେଶରେ ମହାମାରୀ କରୋନା କରାଳ କାୟା ବିସ୍ତାର କରିଥିବାବେଳେ ସାଧାରଣ ଜନତାଙ୍କ ଜୀବନ ଅପେକ୍ଷା କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି କରିବା ମୋଦୀ ସରକାରଙ୍କ ପ୍ରାଥମିକତା ହୋଇଛି।
ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ପୂର୍ବତନ ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନଙ୍କ ସମେତ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ପ୍ରମୁଖ ଅଂଶଗ୍ରହଣ କରିଥିଲେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0