spot_img

ଆସାମ: ୪ ଡ୍ରଗ୍ସ ବେପାରୀ ଗିରଫ

ଆସାମ: ରବିବାର ୪ ଜଣ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଛି ଆସାମ ପୁଲିସ୍ । ଏମାନଙ୍କ ନିକଟରୁ ପ୍ରାୟ ୧୫ କୋଟି ଟଙ୍କାରୁ ଉଦ୍ଧ୍ୱର୍ ଟଙ୍କାର ହେରୋଇନ ଜବତ ହୋଇଛି । ସବ-ଇନ୍ସପେକ୍ଟର ମନୁଜଲ ଗୋଗେଇଙ୍କ ନେତୃତ୍ୱରେ ଡ୍ରଗ୍ସ ଯାଉଥିବା ଏକ ଟ୍ରକକୁ ରାସ୍ତା ମଝିରେ ଅଟକା ଯାଇଥିଲା । ଆଗ୍ଲୋଙ୍ଗ ଜିଲ୍ଲାରୁ ଟ୍ରକଟିକୁ ଅଟକାଇବା ପରେ ସେଥିରୁ ୬ଟି ପ୍ୟାକେଟରୁ ପ୍ରାୟ ୩.୪୫ କିଲୋଗ୍ରାମର ହେରୋଇନ୍ ଜବତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular