ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ପରେଡକୁ ନେଇ ଦିଲ୍ଲୀରେ ଉପୁଜିଥିବା ହିଂସା ମାମଲାରେ ପୋଲିସ ବଡ କାର୍ଯ୍ୟାନୁଷ୍ଠାନ । ପ୍ରାରମ୍ଭିକ ପର୍ୟ୍ୟାୟରେ ଏଥିପାଇଁ ପୋଲିସ କୃଷକ ନେତାଙ୍କ ବିରୋଧରେ ଏତଲା ରୁଜୁ କରିଥିବା ବେଳେ ଏଥିରେ ଦର୍ଶନ ପାଲ ସିଂହ, ରାଜିନ୍ଦର ସିଂହ, ବଲବୀର ସିଂହ ରାଜେୱାଲ, ବୁଟା ସିଂହ ବୁର୍ଜ ଗିଲ ଓ ଯୋଗିନ୍ଦର ସିଂହ ନାମ ରହିଛି। ଟ୍ରାକ୍ଟର ପରେଡ ଲାଗି ପୋଲିସ ଜାରି କରିଥିବା ଏନଓସି ଉଲ୍ଲଂଘନ ନିମନ୍ତେ ଭାରତୀୟ କିଷାନ ୟୁନିୟନ ମୁଖପାତ୍ର ରାକେଶ ଟିକାୟତଙ୍କ ନାମ ମଧ୍ୟ ଏତଲାରେ ଥିବା ଜଣାପଡିଛି। ଫଳରେ ଦିଲ୍ଲୀ ହିଂସା ମାମଲାରେ ପୋଲିସ ପକ୍ଷରୁ ରୁଜୁ ଏତଲା ସଂଖ୍ୟା ୨୨ରେ ପହଞ୍ଚିଛି। ଚାଷୀଙ୍କ ଟ୍ରାକ୍ଟର ପରେଡ ବେଳେ ଦିଲ୍ଲୀର ଯେଉଁସବୁ ସ୍ଥାନରେ ହିଂସାକାଣ୍ଡ ଘଟିଥିଲା ସେ ସବୁ ସ୍ଥାନର ସିସିଟିଭି ଫୁଟେଜ ସଂଗ୍ରହ କରାଯାଇଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0