ମୁମ୍ବାଇ: ନିଜର ଫିଟନେସ ପାଇଁ ସବୁବେଳେ ଚର୍ଚ୍ଚାରେ ଟାଇଗର ସର୍ଫ ରହିଥାନ୍ତି । କିନ୍ତୁ ଏବେ ତାଙ୍କ ମା’ଙ୍କ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଟାଇଗର । ତାଙ୍କ ମା’ ଫିଟନେସରେ ଟାଇଗରଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ୬୦ ବର୍ଷ ବୟସରେ ଟାଇଗରଙ୍କ ମା’ ୯୫ କେ.ଜି ର ଓଜନ ଉଠାଇଛନ୍ତି , ଯାହାର ଭିଡିଓ ସେ ନିଜର ଇନଷ୍ଟାଗ୍ରାମ୍ ରେ ସେୟାର କରିଛନ୍ତି । ଆୟଶା ସର୍ଫଙ୍କର ଏହି ଭିଡିଓ ବେଶ ଭାଇରଲ ହେବାର ଲାଗିଛି । ଏହି ଭିଡିଓରେ ନିଜେ ଟାଇଗର ତାଙ୍କ ମା ଙ୍କର ୱାର୍କଆଉଟ୍ କରୁଥିବାର ନଜରକୁ ଆସିଛନ୍ତି ।
ଆୟଶା ସର୍ଫ ଙ୍କର ଏହି ଭିଡିଓ ଦେଖି ତାଙ୍କର ବହୁ ହେବାକୁ ଯାଉଥିବା ଦିଶା ପଟାନୀ ଆଶ୍ଚର୍ୟ୍ୟ ହୋଇ ଯାଇଛନ୍ତି । ଦିଶା କମେଣ୍ଟ କରି ଲେଖିଛନ୍ତି, ‘ଅଦ୍ଭୁତ ଶକ୍ତି ଟ୍ଟ’ ଏହାକୁ ତାଙ୍କ ଝିଅ କୃଷ୍ଣା ସର୍ଫ ମଧ୍ୟ କମେଣ୍ଟ ଦେଇଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0