ଭୁବନେଶ୍ୱର: ପିଆଜ ଦର ବେକାବୁ ହେବା ପଛରେ ସବୁଠାରୁ ବଡ କାରଣ ହେଉଛି ଲଗାଣ ବର୍ଷା । ବନ୍ୟା ପରେ ଏଭଳି ସ୍ଥିତି ୨ୟ ଥର ପାଇଁ ଦେଖିବାକୁ ମିଳୁଛି । ଆମଦାନୀ ନହେବା କେବଳ ସମସ୍ୟା ନୁହେଁ ବୋଲି ଯୋଗାଣ ବିଭାଗ ମନେ କରୁଛି । ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ଏନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଜିଲ୍ଲାପାଳମାନେ ପିଆଜ ଦରକୁ ଜିଲ୍ଲାରେ ନିୟନ୍ତ୍ରଣରେ ରଖିବା ଉପରେ ଜୋର ଦିଅନ୍ତୁ । ଜିଲ୍ଲାରେ କିପରି କଳାବଜାରୀକୁ ସମୂଳେ ନାଶ କରି ହେବ ସେନେଇ ସମସ୍ତ ସମୟ ଉପଯୋଗୀ ପଦକ୍ଷେପ ନିଅନ୍ତୁ ।
ସରକାରଙ୍କ ଏହି ପଦକ୍ଷେପ ପରେ ବ୍ୟବୟାସୀ ସଂଘ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛି । ତେବେ ସରକାରଙ୍କ ଏହି ପଦକ୍ଷେପକୁ ଉପଯୁକ୍ତ କହିବା ସହ ପିଆଜର କଳାବଜାରୀ ରୋକିବାକୁ ଏହା କାମ କରିବ ବୋଲି କହିଛନ୍ତି ବ୍ୟବସାୟୀ ସଂଘ । ହେଲେ ପାଇକରୀ ଓ ଖୁଚୁରା ବ୍ୟବସାୟୀଙ୍କୁ ନେଇ ରାଜ୍ୟ ସରକାର ସମନ୍ୱୟ ରଖିବାକୁ ଏକ ବୈଠକ ଡକାନ୍ତୁ । କାହିଁକି ପାଇକରୀ ଓ ଖୁଚୁରା ଦର ଅଧିକ ଫରକ ରହୁଛି, ଆଲୋଚନା କରାଯାଇପାରିବ ବୋଲି ବ୍ୟବସାୟୀ ସଂଘ କହିଛି । ଦିନେ ଦୁଇ ଦିନ ଭିତରେ ପାଇକରୀ ଓ ଖୁଚୁରା ବ୍ୟବସାୟୀଙ୍କୁ ନେଇ ପିଆଜ ଦର ଉପରେ ବୈଠକ ବସିବ ବୋଲି କହିଛନ୍ତି ଯୋଗାଣ ବିଭାଗ ମାର୍କେଟ ଇଣ୍ଟେଲିଜେନ୍ସ ଅଫିସର ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0