spot_img

ବାଲିଅନ୍ତା ପୋଲିସ କବ୍ଜାରେ ୪ ଲୁଟେରା

ବାଲିଅନ୍ତା: ବିଭିନ୍ନ ସମୟରେ ଫାଇନାନ୍ସ କର୍ମଚାରୀ ଋଣ ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ ସେମାନଙ୍କୁ ପିଛା କରି ଲୁଟ କରୁଥିଲେ l କିଛି ମାସ ଲୁଟ ଟଙ୍କାକୁ ଖର୍ଚ୍ଚ କରି ଉଡାଇଦେଉଥିଲେ l ଟଙ୍କା ସରିଗଲାପରେ ପୁଣି ଲୁଟୁଥିଲେ l ଫାଇନାନ୍ସ କର୍ମଚାରୀ ବିଭିନ୍ନ ଗ୍ରାମରୁ ଋଣ ଟଙ୍କା ସଂଗ୍ରହ କରିବା ବେଳ ଠାରୁ ହଁ ଏହି ଚାରି ଜଣ ଲୁଟେରା ଦଳ ସେମାନଙ୍କ ଯିବା ବାଟରେ ଜାଲ ବିଛାଉଥିଲେ l ଫୋନ ଯୋଗେ ସାଥି ଲୁଟେରା ସୂଚନା ଦେଉଥିଲେ l ଏଭଳି ଏକ ଲୁଟେରା ଦଳକୁ ଧରିବାରେ ସକ୍ଷମ ହୋଇପାରିଛି ବାଲିଅନ୍ତା ପୋଲିସ l କରୋନା ମହାମାରୀ ସମୟରେ ବାଲିଅନ୍ତା ଥାନା ଅଂଚଳରୁ ବାରମ୍ବାର ଲୁଟ ହେଉଥିଲା l ଯାହା ବାଲିଅନ୍ତା ପୋଲିସ ନିଦ ହଜାଇ ଦେଇଥିଲା l ଶେଷରେ ପୋଲିସ ଜାଲ ବିଛାଇ ଏହି ଲୁଟେରାମାନଙ୍କୁ କାବୁ କରିଛି l ଗିରଫପରେ ଏମାନଙ୍କୁ କୋଟ ଚାଲାଣ କରାଯାଇଛି l ଗିରଫ ଲୁଟେରା ମାନେ ହେଲେ ବାଲିଅନ୍ତା ଥାନା ବେଣ୍ଟପୁର ଗ୍ରାମ ଭୋଇ ସାହିର ସମୀର ଭୋଇ ( ୨୫ ), ରାକେଶ ଭୋଇ ( ୨୪ ), ରାଜେନ୍ଦ୍ର ଭୋଇ ( ୨୩ ), ଏବଂ ବାଲିପାଟଣା ଥାନା ମାର୍ଥାପୁର ଭୋଇ ସହିର ସନ୍ତୋଷ ଭୋଇ ( ୨୩ )l ଏମାନଙ୍କ ନିକଟରୁ ନଗଦ ୧୦, ୦୦୦ ଟଙ୍କା, ମାରାଣସ୍ତ୍ର ଏବଂ ଲୁଟରେ ବ୍ୟବହୃତ ଏକ ଆକ୍ଟିଭା ଗାଡିକୁ ପୋଲିସ ଜବତ କରିଛି l

LEAVE A REPLY

Please enter your comment!
Please enter your name here

- Advertisment -

Most Popular