ବିମୁଦ୍ରାକରଣ ଅର୍ଥାତ ନୋଟବନ୍ଦୀକୁ ପୂରିଛି ୪ ବର୍ଷ । ଏହି ଦିନ ଦେଶରେ ଏକ ବଡ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର । ଚାରି ବର୍ଷ ତଳେ ଦେଶରେ ୫ ଶହ ଓ ୧ ହଜାର ଟଙ୍କିଆ ନୋଟକୁ ହଠାତ ଅଚଳ କରିଥିଲେ ମୋଦୀ ସରକାର । ଏହାପରେ ସାରା ଦେଶରେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ନୋଟବନ୍ଦୀର ସୂଚନା ପାଇବା ପରେ ଲୋକମାନେ ରାତି ଅଧରେ ଏଟିଏମରେ ଲମ୍ବା ଲାଇନ ଲଗାଇଥିଲେ । ଫଳରେ ଭିଡ ଅଣାୟତ ହୋଇଥିଲା । କେବଳ ଏଟିଏମ ନୁହେଁ ବ୍ୟାଙ୍କ ଓ ପେଟ୍ରୋଲ ପମ୍ପରେ ମଧ୍ୟ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । କାରଣ ଲୋକମାନେ ବ୍ୟାଙ୍କ ଓ ପେଟ୍ରୋଲ ପମ୍ପରେ ନୋଟ ପରିବର୍ତ୍ତନ କରିପାରିବେ ବୋଲି ସରକାର କରିଥିଲେ । ଏହି ଯୋଜନରା ଲକ୍ଷ୍ୟ ଥିଲା ଦେଶରେ ଥିବା କଳାଧନକୁ ବାହାର କରିବା । କିଛି ଲୋକ ଏହି ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ ଆଉ କିଛି ବିରୋଧ କରିଥିଲେ । ରିଜର୍ଭ ବ୍ୟାଙ୍କ ସୂଚନା ଅନୁସାରେ ଦେଶରେ ୨୦୧୬ ଓ ୧୭ରେ ୧୫.୪୪ ଲକ୍ଷ ଟଙ୍କା ଅବୈଧ ଘୋଷଣା ହୋଇଥିଲା । ଏହା ମଧ୍ୟରୁ ୧୫.୩୧ ଲକ୍ଷ ଟଙ୍କା ଫେରିଆସିଥିବା ସୂଚନା ମିଳିଥିଲା । ଅର୍ଥାତ ୯୯ ପ୍ରତିଶତରୁ ଅଧିକ ଟଙ୍କା ଫେରି ଆସିଛି ବୋଲି କୁହାଯାଉଛି । ମାତ୍ର ବଳକା ଟଙ୍କାର କୌଣସି ସୂଚନା ମିଳିନଥିବା ଜଣା ପଡିଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0