ଭୁବନେଶ୍ୱର: ଓଡ଼ିଶାର ୩୦ ଜିଲ୍ଲାର ସଭାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କୁ ନେଇ ରାଜ୍ୟ କାର୍ଯ୍ୟକାରିଣୀ ବୌଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ଯୁବକମାନଙ୍କର ଧର୍ମ କ ଣ ଓ ଯୁବକମାନେ ସମାଜ ପାଇଁ କଣ କରିବା ଦରକାର । ସଙ୍ଗଠନର ଚେୟାରମ୍ୟାନ ସୌମ୍ୟ ରଞ୍ଜନ ସାମଲ ବୌଠକରେ ଯୋଗଦେଇ ବିସୃତ ଆଲୋଚନା କରିବା ସହ ସଙ୍ଗଠନର ଆଗାମୀ କାର୍ଯ୍ୟ ସୂଚି ବିଷୟରେ ବର୍ଣ୍ଣନା କରିଥିଲେ । ସେହିପରିଭାବେ ସଙ୍ଗଠନର ମହାସଚିବ ସତ୍ୟ ପ୍ରସାଦ ମିଶ୍ର ଓ ସଭାପତି କ୍ଷମା ସାରଥୀ ଦାଶ ବୌଠକରେ ଯୋଗଦେଇ ସଂଙ୍ଗଠନ କିପରି ସୁଦୃଢ଼ ହେବ ସେ ବିଷୟରେ ଆଲୋଚନା କରିଥିଲେ ।
ବୌଠକରେ ବରିଷ୍ଠ ସମାଜସେବୀ ଶ୍ରୀମତୀ ଅମିୟ ବାଳା ପରିଡ଼ା ଓ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଦିଲୀପ ବିଶ୍ୱାଳ, ଇଣ୍ଟର ନ୍ୟାସନାଲ ହିୟୁମାନ ରାଇଟ୍ସର ଖୋର୍ଦ୍ଧା ଜିଲ୍ଲା ସଭାପତି ସନ୍ଦୀପ ରଞ୍ଜନ ମଲ୍ଲିକଙ୍କ ସମେତ ସଙ୍ଗଠନର ଲିଗାଲ ସେଲ ଉପଦେଷ୍ଟା ଯୁବ ଆଇନଜୀବ ଶୁଭ୍ରାଂଶୁ ଶେଖର ପରିଡ଼ା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0