ଏକ ଚାରି ବର୍ଷର ଝିଅ ଡାଇନୋସରର ପାଦଚିହ୍ନ ଆବିଷ୍କାର କରିଛନ୍ତି । ସାଉଥ ୱେଲସ୍ ସମୁଦ୍ରକୁଳରେ ଏହାକୁ ଆବିଷ୍କାର କରାଯାଇଛି । ଲିଲି ୱାଇଲ୍ଡର ନାମକୁ ଏହି ଚାରି ବର୍ଷିୟ ଝିଅ ଏହାକୁ ଆବିଷ୍କାର କରିଛନ୍ତି । ଆବିଷ୍କାରକୁ ନେଇ ବୈଜ୍ଞାନିକମାନଙ୍କୁ ଅଧିକ ଜାଣିବାରେ ସାହାର୍ଯ୍ୟ କରିପାରିବ । କାରଣ ଏହା ଏକ ୨୨୦ ନିୟୁତ ବର୍ଷ ପୁରୁଣା ପାଦଚିହ୍ନ ।

ସାଉଥ ୱେଲ୍ସର ବରୀ ନିକଟରେ ଏକ ସମୁଦ୍ର କୂଳରେ ବୁଲିବାବେଳେ ଲିଲି ୱାଇଲ୍ଡର ୧୦ ସେମି ଲମ୍ବ ଡାଇନୋସର ପାଦଚିହ୍ନ ପାଇଥିଲେ । ଯାହା ୭୫ ସେମି. , ଦ ଇଣ୍ଡିପେଣ୍ଡଣ୍ଟ ରିପୋର୍ଟ ଅନୁଯାୟୀ ଡ଼ାଇନେସର କୌଣସି କିଟପତଙ୍ଗ ବା ପଶୁକୁ ଶୀକାର କରିବାକୁ ଆସିଥାଇପାରେ ।
ପାଦଚିହ୍ନ ଆବିଷ୍କାର ପରେ ଏହାକୁ ସଂଗ୍ରହାଳୟକୁ ନିଆଯିବାର କୁହାଯାଇଛି । ନ୍ୟାସନାଲ୍ ମ୍ୟୁଜିୟମ୍ ୱେଲ୍ସର ପାଲୋଣ୍ଟୋଲୋଜି କ୍ୟୁରେଟର ସିଣ୍ଡି ହାୱେଲ୍ସଙ୍କ ଅନୁଯାୟୀ ଡାଇନୋସର ପାଦଚିହ୍ନ ହେଉଛି “ଏହି ସମୁଦ୍ର କୂଳରେ ମିଳିଥିବା ସର୍ବୋତ୍ତମ ନମୁନା”।

ଲିଲି ପାଦ ଚିହ୍ନ ଦେଖି ତାଙ୍କ ପିତାଙ୍କୁ ଏହା କ’ଣ ବୋଲି ପଚାରିଥିଲେ । ଯାହାକୁ ଦେଖିତାଙ୍କ ବାପା ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ଲିଲି ଏହାକୁ ଆବିଷ୍କାର କରିବା ପରେ, ପ୍ରାକୃତିକ ସମ୍ପଦ ୱେଲ୍ସରୁ ପାଦଚିହ୍ନକୁ ଆଇନଗତ ଭାବରେ ହଟାଇବା ପାଇଁ ସ୍ୱତନ୍ତ୍ର ଅନୁମତି ଗ୍ରହଣ କରାଯାଇଥିଲା । ଏହି ସପ୍ତାହ ଭିତରେ ଏହାର ଜୀବାଶ୍ମ ବାହାର କରାଯାଇ ଜାତୀୟ ସଂଗ୍ରହାଳୟ କାର୍ଡ଼ିଫରେ ସଂରକ୍ଷଣ ରଖାଯିବ ।




Visitors Today : 0
Total Visitors : 130166
Total Views : 9891611
Visitors Online Now : 0