spot_img

କେନ୍ଦୁଝର: ୪୦୦୦ କେଜି ମହୁଲ ପୋଚ, ୨୦୦ ଲିଟର ଦେଶୀ ମଦ ଜବତ୍

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଛୋଟରାୟପୁର ଗାଁରେ ଆଜି ସକାଳୁ ଘଟଗାଁ ପୋଲିସ୍ ଓ ଜିଲ୍ଲା ଅବକାରୀ ବିଭାଗ ମିଳିତ ଚଢାଉ କରିଛି । ଚଢାଉ ସମୟରେ ୪୦୦୦ କେଜି ମହୁଲ ପୋଚ, ୨୦୦ ଲିଟର ଦେଶୀ ମଦ ଜବଦ ସହ ବିପୁଳ ପରିମାଣରେ ମଦରନ୍ଧା ସାମଗ୍ରୀ ଜବଦ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଏହି ଗ୍ରାମରେ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ମଦ କାରବାର ଚାଲୁ ରହିଥିଲା । ଅନେକ ଥର ଅବକାରୀ ବିଭାଗ ଓ ପୋଲିସ୍ ସେହି ଗ୍ରାମରେ ଚଢାଉ କରି ମଧ୍ୟ କୌଣସି ସଫଳତା ପାଇପାରୁ ନଥିଲେ । କିନ୍ତୁ ଆଜି ଜିଲ୍ଲା ଅବକାରୀ ବିଭାଗର ଆଠଟି ଟିମ୍ ଓ ଘଟଗାଁ ଏସ୍ପିଓ ଙ୍କ ସମେତ ପୋଲିସ୍ କର୍ମଚାରୀ ମାନେ ଉକ୍ତ ଗ୍ରାମରେ ଚଢାଉ କରି ସଫଳ ହୋଇଥିବା ଦେଖାଯାଇଛି । ତେବେ ଚଢାଉ ସମୟରେ କାହାରୀକୁ ଗୀରଫ କରାଯାଇନଥିବା ବେଳେ ଆଗକୁ ଏଭଳି ଚଢାଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular