ଗୋଳନ୍ଥରା: ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନାର ସୋରଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ସାତ ବର୍ଷର ନାବାଳିକା ସହ ଗଣଦୁଷ୍କର୍ମ ପରେ ଦୁଇ ଯୁବକ ତାଙ୍କୁ କ୍ଷତାକ୍ତ କରିଛନ୍ତି। ପୁଲିସ ଥାନାରେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଛି। ସୂଚନା ଅନୁଯାୟୀ, ଆଜି ସକାଳ ସାଢ଼େ ୮ଟାରେ ସୋରଳ ଗାଁର ଓଡିଆରପି କଲୋନିରେ ଜଣେ ସାତ ବର୍ଷର ଝିଅକୁ ଘରେ ଏକୁଟିଆ ଛାଡ଼ି ବାପା ମାଆ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ସେହି ଗ୍ରାମର ଦୁଇଜଣ ଯୁବକ ନାବାଳିକା ସହ ଗଣଦୁଷ୍କର୍ମ କରିଥିଲେ। ଏହାଛଡ଼ା ତାଙ୍କୁ କ୍ଷତାକ୍ତ କରିଥିଲେ। ତାଙ୍କ ପାଟି ଓ ମୁହଁରେ ଗଭୀର କ୍ଷତ ହୋଇଥିବା ଜଣାଯାଇଛି। ଏକଥା ପ୍ରଘଟ ହେବା ପରେ ଗ୍ରାମବାସୀମାନେ ଦୁଇ ଅଭିଯୁକ୍ତଙ୍କୁ ନିସ୍ତୁକ ଛେଚି ପୁଲିସ ଜିମା ଦେଇଥିଲେ। ଏଣେ ନାବାଳିକାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0