ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମରୁ ଆଜି ୪୦୪ଜଣ କରୋନା ପଜିଟଭ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏନେଇ ସୂଚନା ଦେଇଛନ୍ତି । ଆଜି ୨୭ ନମ୍ବର ୱାର୍ଡ଼ରୁ ସର୍ବାଧିକ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୪୮ ନମ୍ବରରୁ ୧୯, ୨ନମ୍ବର ଓ ୧୯ ନମ୍ବରରୁ ୧୭ ଲେଖାଏଁ,୪୦ ନମ୍ବର ୱର୍ଡ଼ରୁ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜଧାନୀରୁ ୨୭୩ଜଣ ସୁସ୍ଥ ହୋଇଛନ୍ତି ବୋଲି ସୂଚନା ମିଳିଛି ।
Update on newly detected & cured #COVID19 cases in the last 24 hrs under the BMC area on 31st Aug 2020(till 9am).
The ward wise active cases, cured cases are shared. pic.twitter.com/JjOrYFCtGi
— BMC (@bmcbbsr) August 31, 2020
ସୂଚନାଯୋଗ୍ୟ, ଭୁବନେଶ୍ୱର ମହାନଗରରୁ ୧୦,୪୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୩୩୪ ଜଣ ସୁସ୍ଥ ହୋଇଛି । ସେହିପରି ୪୨ଜଣ ପ୍ରାଣ ହରାଇଥିବା ବେଳେ ୪୦୩୮ଟି ସକ୍ରିୟ କେସ୍ ରହିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0