spot_img

ପରଲୋକରେ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ମସ୍ତିଷ୍କ ସର୍ଜରୀ ପରେ ଭେଣ୍ଟିଲେଟରରେ ଥିଲେ ପ୍ରଣବ । ଲଗାତାର ସ୍ୱାସ୍ଥ୍ୟବସ୍ଥାରେ ଅବନତି ପରେ ଆଜି ନୂଆଦିଲ୍ଲୀସ୍ଥିତ ଆର୍ମି ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି । ଗତ କିଛି ଦିନ ହେବ ସେ କୋମାରେ ଥିଲେ । ଫୁସଫୁସ୍ ସଂକ୍ରମଣ ହେତୁ ସେ ସେପ୍ଟିକ ଶକ୍ ରେ ରହିଥିଲେ ଏବଂ ବିଶେଷଜ୍ଞ ଦଳ ଦ୍ୱାରା

ପରିଚାଳିତ ହେଉଥିଲେ । ପୁଅ ଅଭିଜିତ ମୁଖାର୍ଜୀ ଟ୍ୱିଟ କରି ଦେଲେ ସୂଚନା । ସେ ୨୦୧୨-୨୦୧୭ ଯାଏଁ ଭାରତର ରାଷ୍ଟ୍ରପତି ଥିଲେ । ୨୦୧୯ରେ ଭାରତ ରତ୍ନରେ ବିଭୂଷିତ ହୋଇଥିଲେ ପ୍ରଣବ ମୁଖାର୍ଜୀ । ତାଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular