ଭୁବନେଶ୍ଵର : ରାଜ୍ୟରେ କରୋନାର ହଟ୍ସ୍ପଟ୍ ପାଲଟିଥିବା ରାଜଧାନୀ ଭୁବେନଶ୍ଵରରେ କରୋନା ସଂକ୍ରମଣ ହ୍ରାସ ଘଟିଛି। ଯେଉଁଠି ଦୈନିକ ଶତାଧିକ ସଂଖ୍ୟାରେ ନୂତନ ସଂକ୍ରମିତ ଚିହ୍ନଟ ହେଉଥିଲେ ଏବେ ସେଠାରେ ଦିନକୁ ୧୦୦ରୁ କମ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଅନ୍ୟପଟେ ସୁସ୍ଥ ସଂଖ୍ୟା ଅଧିକ ଥିବାରୁ ସକ୍ରିୟ କେସ୍ ସଂଖ୍ୟା କମିବାରେ ଲାଗିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜଧାନୀରେ ଆଉ ୪୨ ଜଣ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ଵର ମହାନଗର ନିଗମ ଟ୍ଵିଟ୍ ଯୋଗେ ଏହାର ସୂଚନା ଦେଇଛନ୍ତି।
ଆଜି ଚିହ୍ନଟ ୪୨ ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୯ ଜଣ ଠାବ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୩୩ ରହିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ୍ କରୋନା ରୋଗୀ ସଂଖ୍ୟା ୩୦, ୩୭୨କୁ ବୃଦ୍ଧି ଘଟିଛି। ୫୬ ସୁସ୍ଥ ହେବା ପରେ ଆରୋଗ୍ୟଙ୍କ ସଂଖ୍ୟା ୨୯,୫୩୫ରେ ପହଞ୍ଚିଛି। ଭୁବନେଶ୍ଵରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦୧ରେ ପହଞ୍ଚିଛି। ଅନ୍ୟପଟେ ଆକ୍ଟିଭ୍ କେସ୍ ସଂଖ୍ୟା ୬୧୫ ରହିଛି।



Visitors Today : 0
Total Visitors : 130426
Total Views : 9891957
Visitors Online Now : 0