spot_img

ମହଙ୍ଗା ପଡିଲା ଟ୍ରାଫିକ ନିୟମର ଉଲ୍ଲଙ୍ଘନ,୪ ହଜାର ୨୬୭ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ

ଭୁବନେଶ୍ୱର: ମୋଟରଯାନ ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ନୂଆବର୍ଷରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ କାର୍ୟ୍ୟାନୁଷ୍ଠାନ । ବିଭିନ୍ନ ନିୟମ ଉଲ୍ଲଙ୍ଘନ କରିଥିବାରୁ ଜାନୁଆରୀ ପହିଲାରୁ ୨୧ ଜାନୁଆରୀ ମଧ୍ୟରେ ରାଜ୍ୟରେ ୪ ହଜାର ୨୬୭ଜଣଙ୍କ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରାଯାଇଛି । ୩ ମାସ ପାଇଁ ଏହି ପଦକ୍ଷେପ ନିଆଯାଇଛି । ମଦପିଇ ଗାଡିଚଳାଇବା, ଦ୍ରୁତଗତି, ଗାଡି ଚଳାଇବା ସମୟରେ ମୋବାଇଲରେ କଥା ହେବା, ହେଲମେଟ ନ ପିନ୍ଧିବା ଭଳି ନିୟମ ଉଲ୍ଲଙ୍ଘନ ହୋଇଥିବାରୁ ସଂପୃକ୍ତ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇଛି । ତେବେ ଡିଏଲ ବାତିଲ କରଥିବା ୫ଟି ଆରଟିଓ ମଧ୍ୟରେ ପ୍ରଥମରେ ରହିଛି ଭୁବନେଶ୍ୱର-୦୧ । ଭୁବନେଶ୍ୱର-୨ ଦ୍ୱିତୀୟରେ ଥିବାବେଳେ କଟକ ତୃତୀୟ, ସମ୍ବଲପୁର ଚତୁର୍ଥ ଓ ରାଉରକେଲା ୫ମ ସ୍ଥାନରେ ଅଛି । ଭୁବନେଶ୍ୱର-୧ ଆରଟିଓରେ ସର୍ବାଧିକ ୬୫୪ ଡିଏଲକୁ ୩ ମାସ ପାଇଁ ବାତିଲ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular