ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ବାଣପୁର ଥାନା ଅଧିନସ୍ଥ ଦାଶରଥିପୁରର ମିଟୁ ପାତ୍ର, ପିତା – ଯୋଗୀ ପାତ୍ର ମିଶି ସ୍ତ୍ରୀ ଗୀତାଞ୍ଜଳି ପାତ୍ର ଙ୍କୁ ମାଡମାରି ହତ୍ୟା କରିଥିବା ସୂଚନା ମିଳିଛି l ସୂଚନା ଥାଉକି ମୃତ ଗୀତାଞ୍ଜଳି ପାତ୍ର ୧୬ ବର୍ଷ ପୂର୍ବେ ଶିରେଇପୁର ର କବିରାଜ ଜେନାଙ୍କୁ ପ୍ରଥମେ ବିବାହ କରିଥିଲେ l କବିରାଜ ଙ୍କ ମୃତ୍ୟୁ ପରେ ଗୀତାଞ୍ଜଳି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ କାମ କରୁଥିବା ବେଳେ ମିଟୁ ପାତ୍ରଙ୍କ ସହ ଦେଖା ହୋଇଥିଲା l ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା l ଗୀତାଞ୍ଜଳିଙ୍କ ୩ଟି ଝିଅ ଥିବାବେଳେ ୨ଟି ଝିଅ ବାଣପୁର ସ୍ଥିତ ନେହେରୁ ସେବା ସଂଘରେ ରହୁଛନ୍ତି l ଅନ୍ୟ ଜଣେ ଝିଅ ତାଙ୍କ ମାଉସୀ ପାଖରେ ରହୁଛି l ମିଟୁ ତାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ସ୍ତ୍ରୀର ମାନ୍ୟତା ଦେଇ ଘରକୁ ଆଣିଥିଲେ l କିଛି ଦିନ ଠିକ ଠାକ ଚାଲିଥିଲା ହେଲେ ଗତ ରାତିରେ ଟଙ୍କା ପଇସା କୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା l ଆଜି ସକାଳେ ତାଙ୍କ ବଡ ଝିଅ ସ୍କୁଲ ଯାଇଥିବା ସମୟରେ ଏଭଳି ଘଟଣା ଘଟାଇଥିବା ସନ୍ଦେହ କରୁଛନ୍ତି ଗୀତାଞ୍ଜଳି ଙ୍କ ସମ୍ପର୍କୀୟ l ଖବର ପାଇ ବାଣପୁର ଥାନା IIC ସଞ୍ଜୟ ପଟ୍ଟନାୟକ ଘଟଣା ସ୍ଥଳରେ ପହଁଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି l



Visitors Today : 3
Total Visitors : 130169
Total Views : 9891615
Visitors Online Now : 0