ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ୪୩ଟି ନୂଆ ପୋଲ ଉଦ୍ଘାଟନ କରିବେ । ଏହି ପୋଲଗୁଡ଼ିକ ମଧ୍ୟରୁ ଅଧାରୁ ଅଧିକ ପୋଲ ସିଧା ସଳଖ ଚୀନ ସୀମା ସହ ଜଡ଼ିତ । ଲାଦାଖ ସୀମାରେ ଗତ ପାଞ୍ଚମାସ ଧରି ଅଶାନ୍ତି ଲାଗି ରହିଛି । ସେହି ଦୃଷ୍ଟିରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଏହି ସମସ୍ତ ପୋଲକୁ ସଡ଼କ ସୀମା ସଙ୍ଗଠନ (ବିଆରଓ) ନିର୍ମାଣ କରିଛି । ଏହି ପୋଲଗୁଡ଼ିକ ଭିନ୍ନ ଭିନ୍ନ ସାତଟି ରାଜ୍ୟରେ ତିଆରି ହୋଇଛି । ଏଥିରେ ଜମ୍ମୁ-କାଶ୍ମୀରରେ ୧୦ଟି, ଲାଦାଖରେ ୭ଟି, ହିମାଚଳ ପ୍ରଦେଶରେ ୨ଟି, ପଞ୍ଜାବରେ ୪ଟି, ଉତ୍ତରାଖଣ୍ଡରେ ୮ଟି, ଅରୁଣାଚଳ ପ୍ରଦେଶରେ ୮ଟି ଓ ସିକିମରେ ୪ଟି ପୋଲ ଅଛି । ଆଜି ରକ୍ଷାମନ୍ତ୍ରୀ ଅରୁଣାଚଳ ପ୍ରଦେଶର ନିଚିଫୁ ସୁଡ଼ଙ୍ଗର ଶିଳାନ୍ୟାସ କରିବେ । ଏହାକୁ ବିଆରଓ ନିର୍ମାଣ କରିବ ଓ ଏହି ପୋଲ ସାହାଯ୍ୟରେ ସୀମା ପାଖରେ ପହଞ୍ଚିବା ସହଜ ହୋଇଯିବ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0