ସୁରଟ: ଗୁଜୁରାଟ ସୁରଟର ହଜିରାରେ ଓଏନଜିସି ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତି ପ୍ରାୟ ୨ଟାରୁ ୩ଟା ମଧ୍ୟରେ ଅଗ୍ନିକାଣ୍ଡ ଘଟିଛି । ଲଗାତାର ତିନୋଟି ବଡ଼ ଧରଣର ବିସ୍ଫୋରଣ ପରେ ନିଆଁ ଲାଗିଥିଲା । ଅଗ୍ନିଶମ ବାହିନୀର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଛି । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ସୁଚନା ମିଳିଛି । ଦେଖଣାହାରୀଙ୍କ କହିବା ମୁତାବକ ପ୍ରାୟ୍ର ୧୦ କିଲୋମିଟର ଯାଏ ବିସ୍ଫୋରଣର ଶବ୍ଦ ଶୁଭିଥିଲା । ଓଏନଜିସି କର୍ମଚାରୀଙ୍କ ଦ୍ୱାରା ଚାପ ପକାଉଥିବା ଗ୍ୟାସ୍ ଲାଇନର ଚାପ କମ୍ କରିବାକୁ ଚେଷ୍ଟା ଜାରି ରହିଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0