କେରଳରେ ପ୍ରକୃତିର ତାଣ୍ଡବ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ବର୍ଷା ଓ ବନ୍ୟା ପରେ ଏବେ ଭୂସ୍ଖଳନ ଲୋକଙ୍କୁ ପ୍ରଭାବିତ କରିଛି । ପ୍ରବଳ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳମଗ୍ନ ରହିଥିବା ବେଳ ଭୂସ୍ଖଳନ ଯୋଗୁଁ ଇଡୁକି ଜିଲ୍ଲାରେ ୪୩ ଜଣ ପ୍ରାଣ ହରାଇଲେଣି । ଗତ କାଲି ଉଦ୍ଧାର ହୋଇଥିବା ୧୭ ଜଣଙ୍କ ମଧ୍ୟରେ ଜଣେ ୬ ବର୍ଷର ଶିଶୁ ରହିଛି । ସ୍ଥାନୀୟ ଅଞ୍ଚଳରେ ଏବେ ବି ଏନଡିଆରଏଫ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତକଙ୍କ ପରିବାର ଲୋକଙ୍କୁ ରାଜ୍ୟ ସରକାର ୫ ଲକ୍ଷ ଏବଂ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ସେପଟେ ଆଜି କେରଳର ୬ ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସ୍ଥାନୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0