ଆସନ୍ତୁ ଜାଣିବା ଅତ୍ୟାଧିକ କାଢା ସେବନ ଦ୍ୱାରା ଶରୀରରେ ହେଉଥିବା କ୍ଷତି ।
କୋରନା ସଂକ୍ରମଣରୁ ରାକ୍ଷା ପାଇବା ପାଇଁ ଲୋକମାନେ ଅନେକ ଘରୋଇ କାଢାର ବ୍ୟବହାର ସହିତ ଅନେକ ପ୍ରତିକାର କରୁଛନ୍ତି । ଏହାକୁ ବ୍ୟବହାର କଲାବେଳେ କେତେକ ସାବଧାନତା ଅବଲମ୍ବନ କରିବା ଉଚିତ୍ ନଚେତ ଏହାର ପାଶ୍ୱର୍ପ୍ରତିକ୍ରିୟା ଶରୀର ଉପରେ ପଡିଥାଏ । ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।
କୋରନାକୁ ରୋକିବା ପାଇଁ ଲୋକମାନେ ଆୟୁର୍ବେଦିକ କାଢାକୁ ଅଧିକ ପରିମାଣରେ ବ୍ୟବହାର କରୁଛନ୍ତି । ଏହାର ଅତ୍ୟଧିକ ସେବନ ଦ୍ୱାରା ଆମ ସ୍ୱାସ୍ଥ ଭିତରୁ କ୍ଷତିଗ୍ରସ୍ତ ହୋଇଥାଏ । ଆୟୁର୍ବେଦ ବିଶେଷଜ୍ଞଙ୍କ କହିବାନୁସାରେ ଏହାର ଏକ ନିର୍ଦ୍ଧାରିତ ମାପ ଥାଏ । ସେହି ମାପ ଅନୁସାରେ ବ୍ୟବହାର କରିବା ଜରୁରି ଅଟେ । ନିର୍ଦ୍ଧାରିତ ପରିମାପର କାଢା ବ୍ୟବହାର ନକଲେ ଶରୀର ପାଇଁ କ୍ଷତିକାରକହୋଇଥାଏ ।
ଚଣ୍ଡିଗଡରେ ଥିବା ଜାତୀୟ ଆୟୁଷ ମିଶନର ନୋଡାଲ ଅଧିକାରୀ ଡାକ୍ତର ରାଜୀବ କପିଲ ଓ ସେକ୍ଟର-୩୭ର ବରିଷ୍ଠ ସରକାରି ଆୟୁର୍ବେଦିକ ଡାକ୍ତର, ଡାକ୍ତର ଆରତୀ ଏକ କାଢାର ପ୍ରସ୍ତୁତି, ସେବନ ଓ ଉପକାରିତା ବିଷୟରେ ସୂଚନା ଦେଇଛନ୍ତି ।
କାଢା ପ୍ରସ୍ତୁତ କରନ୍ତୁ ପ୍ରଣାଳି..
ତୁଳସୀ , ଗୋଲମରିଚ, ଡାଲଚିନି, ସୁଣ୍ଠି, ଯୁଆଣି, ପାନମଧୁରି ଓ ହଳଦି ମିଶାଇ ଏକ ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ଏଥିରୁ ଏକ ଛୋଟ ଚାମଚରେ ଦୁଇ ଚାମାଚ ନେଇ କାଢା ପ୍ରସ୍ତୁତ କରନ୍ତୁ । ଏହାପରେ ସ୍ୱାଦ ଅନୁସାରେ ଗୁଡ ମିଶାନ୍ତୁ । ଏହା ଛାଣି ସେଥିରେ ଦୁଇ ବୁନ୍ଦ ଲେମ୍ବୁରସ ମିଶାନ୍ତୁ । ଏହାକୁ ଦିନକୁ ଦୁଇଥର ଉଶୁମ ପିଅନ୍ତୁ ।ଏହାକୁ ବୟସ ଅନୁଯାୟୀ – (୭ ରୁ ୧୦ ବର୍ଷର ପିଲାମାନଙ୍କ ପାଇଁ – ୪୦ ମିଲି, ୧୦ ରୁ ୧୫ ବର୍ଷ ବୟସର ପିଲା ପାଇଁ ୬୦ ମି.ଲି. ବୟସ୍କଙ୍କ ପାଇଁ ୧୫୦ ମି.ଲି.) ପରିମାଣର ପିଇବା ଉଚିତ ।
ଏହାଠାରୁ ଅଧିକ ନେଲେ ସ୍ୱାସ୍ଥପାଇଁ କ୍ଷତିକାରକ ହୋଇଥାଏ । ଏହାଦ୍ୱାର ମୁଣ୍ଡ ବୁଲେଇବା, ପେଟ ଓ ଛାତି ପୋଡାବା, ପାଟି ଓ ଶରୀରରେ ଘିମିର ପରି ଲାଲି ପଡିବା ପରି ସମସ୍ୟା ଦେଖାଯାଇଥାଏ । କାରଣ କାଢାରେ ବ୍ୟବହୃତ ଜିନିଷଗୁଡିକ ଦେହପାଇଁ ଖୁବ୍ ଗରମ ଦାୟକ ହୋଇଥାଏ । ତେଣୁ ଏହାକୁ ଡାକ୍ତରଙ୍କ ପରାମର୍ଶରେ ସେବନ କରିବା ଉଚିତ ହେଇଥାଏ ।
ଧ୍ୟାନ ରଖନ୍ତୁ : ଯଦି ଆପଣଙ୍କ ନାକରୁ ରକ୍ତସ୍ରାବ, ପାଟିରେ ଘା, ଶରିର ଜଳାପୋଡା, ହଜମ ନହେବା ଭଳି ଲକ୍ଷଣ ଦେଖାଯାଏ, ତେବେ ଏହାକୁ ତୁରନ୍ତ ବନ୍ଦ କରିଦେବେ ।