spot_img

ଏକାମ୍ର କ୍ଷେତ୍ରରେ ଶୋଭା ପାଉଛି ଧନୁ ମନ୍ଦିର

ଭୁବନେଶ୍ୱର: ଓଡିଶାର ମନ୍ଦିର ମାଳିନୀ ସହର ଭାବରେ ପରିଚିତ ରାଜଧାନୀ ଭୁବନେଶ୍ୱରରେ ଯାହାକୁ ଓଡିଶାର ପ୍ରାଣକେନ୍ଦ୍ର ମଧ୍ୟ କୁହାଯାଏ । ଏହି ସହରରେ ଅନେକ ମନ୍ଦିର ରହିଛି , ସେଥିରୁ ପ୍ରଭୁ ଲିଙ୍ଗରାଜଙ୍କର ମନ୍ଦିର ଅନ୍ୟତମ । ଲିଙ୍ଗରାଜ ମନ୍ଦିର ଭୁବନେଶ୍ୱରର ପୁରୁଣା ସହରରେ ଅବସ୍ଥିତ । ଏହି କ୍ଷେତ୍ରକୁ ଏକାମ୍ର କ୍ଷେତ୍ର ମଧ୍ୟ କୁହାଯାଏ । ଏଠାରେ ପୂଜା ପାଉଛନ୍ତି ଦେବ ଦେବ ମହାଦେବ । ଶହ ଶହ ଭକ୍ତଙ୍କର ହୁଏ ଏଠି ସମାଗମ । ମହାଦେବଙ୍କ ଦର୍ଶନ କରି ଶ୍ରଦ୍ଧାଳୁ ହୁଏ କୃତ୍ୟକୃତ୍ୟ । ଅନେକ ଦୁଃଖ କଷ୍ଟକୁ ଲାଘବ କରିଥାନ୍ତି ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରି । ଏଠାରେ ଶ୍ରାବଣ ମାସରେ ଦେଖିବାକୁ ମିଳିଥାଏ ଲକ୍ଷ ଲକ୍ଷ କାଉଡିଆଙ୍କ ଭିଡ । ଯିଏ ଯେକୈାଣସି ମାନସିକ ରଖି ଶିବଙ୍କୁ ଜଳାଭିଷେକ କରିଥାନ୍ତି । ପ୍ରଭୁ ଲିଙ୍ଗରାଜଙ୍କ ମହିମା ଅନେକ ରହିଛି । ଯିଏ ଦର୍ଶନ କରିଛି ସେ ନିଜକୁ ଧନ୍ୟ ମନେ କରିଛି । ସେଥିପାଇଁ ଅନେକ ଲୋକ ଧାଇଁ ଆସନ୍ତି ଦର୍ଶନ ପାଇଁ । ଏହା କେବଳ ଏକ ଶୈବ ପୀଠ ନୁହେଁ । ଏହା ହେଉଛି ହରିହରଙ୍କ ପୀଠ ଅର୍ଥାତ ଶିବ ଏବଂ ବିଷ୍ଣୁଙ୍କ କ୍ଷେତ୍ର ହୋଇଥିବାରୁ ମନ୍ଦିର ଚୁଡାରେ ତ୍ରିଶୂଳ ଚିହ୍ନ ଦେଖିବାକୁ ମିଳିଥାଏ । ଏହା ଅଷ୍ଟଧାତୁରେ ତିଆରି ହୋଇଥାଏ । ମନ୍ଦିର ଆରମ୍ଭରୁ ଏହା ରହିଛି । ଦଧିନଉତି ଉପରେ ଥିବା ଏହି ଧନୁ ମନ୍ଦିର ନିର୍ମାଣ ବେଳୁ ରହି ଆସିଛି । ଧନୁର ଉଚ୍ଚତା ୧୬ ଫୁଟ ଏବଂ ଓସାର ୪ଫୁଟ କୁହାଯାଉଛି । ଦଧିନଉତି ଟି ୬ ଫୁଟ ଓସାର ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular