ହରିଦ୍ୱାର: ବିଶ୍ୱର ସବୁଠାରୁ ବଡ ଧାର୍ମିକ ସମାବେଶ କୁମ୍ଭମେଳା ଚଳିତ ବର୍ଷ ୪୫ ଦିନ ପାଇଁ ହେବାକୁ ଯାଉଛି । ମହାମାରୀ କରୋନା ପାଇଁ ସମସ୍ତ କଟକଣାକୁ ମାନି ଏହାର ଆୟୋଜନ କରିବା ପାଇଁ କେନ୍ଦ୍ରସରକାର ନିଦେ୍ର୍ଦଶନାମା ଜାରି କରିଛନ୍ତି । ତେବେ ପାରମ୍ପରିକ ଭାବେ କୁମ୍ଭମେଳା ସାଢେ ୩ ମାସ ପାଇଁ ହୋଇଥାଏ । କିନ୍ତୁ ଏଥର କରୋନା କଟକଣା ପାଇଁ ମେଳାର ଅବଧିକୁ ୪୫ ଦିନରେ ସୀମିତ ରଖାଯାଇଛି। ଉତ୍ତରାଖଣ୍ଡର ହରିଦ୍ବାରରେ ଏହାର ଆୟୋଜନ କରାଯିବ। ଉତ୍ତରାଖଣ୍ଡର ନଗର ଉନ୍ନୟନ ମନ୍ତ୍ରୀ ମଦନ କୌଶିକଙ୍କ ସୂଚନାନୁଯାୟୀ, କୁମ୍ଭମେଳାକୁ ଆସୁଥିବା ଭକ୍ତମାନେ ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ପଞ୍ଜୀକରଣ କରିବେ ଓ କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ହେବ। ସେହିପରି ମେଳାର କୌଣସି ସ୍ଥାନରେ କେହି ଛେପ ପକାଇପାରିବେ ନାହିଁ। ୬ଫୁଟର ସାମାଜିକ ଦୂରତା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ମେଳା ପରିସରରେ କୌଣସି ପ୍ରକାର ମେଳା କିମ୍ବା ସାମୁହିକ ପ୍ରାର୍ଥନାର ଆୟୋଜନ କରାଯାଇପାରିବ ନାହିଁ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0