ଭୁବନେଶ୍ୱର: ଆଜି ରାଜ୍ୟର ୨୭ଟି ଜିଲ୍ଲାରୁ ୪୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୧୨ ହଜାର ୯୧୦ରେ ପହଞ୍ଚିଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଗଂଜାମ ଜିଲ୍ଲାରୁ ସର୍ବାଧିକ ୧୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୟାଗଡ଼ ଜିଲ୍ଲାରୁ ୫୩ ଜଣ, କଟକ ଜିଲ୍ଲାରୁ ୪୪ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୩୮ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୨ ଜଣ, ଗଜପତି ଜିଲ୍ଲାରୁ ୨୨ ଜଣ, ଯାଜପୁର ଜିଲ୍ଲାରୁ ୨୦ ଜଣ, ନୂଆପଡ଼ା ଜିଲ୍ଲାରୁ ୧୮ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୭ ଜଣ, ମୟୂରଭଂଜ ଜିଲ୍ଲାରୁ ୧୫ ଜଣ, ଅନୁଗୁଳ ଓ କୋରାପୁଟ ଜିଲ୍ଲାରୁ ୧୧ ଜଣ ଲେଖାଏଁ, ମାଲକାନଗିରି ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୯-୯ ଜଣ, କେନ୍ଦୁଝର ଜିଲ୍ଲାରୁ ୭ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୬ ଜଣ, ବୌଦ୍ଧ ଜିଲ୍ଲାରୁ ୫ ଜଣ, ଦେବଗଡ଼ ଜିଲ୍ଲାରୁ ୪ ଜଣ, ବରଗଡ଼, ନବରଙ୍ଗପୁର ଓ ସମ୍ବଲପୁର ଜିଲ୍ଲାରୁ ୩ ଜଣ ଲେଖାଏଁ, ବଲାଙ୍ଗୀର, ପୁରୀ, ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ, ଭଦ୍ରକ, ଢେଙ୍କାନାଳ ଓ ଜଗତସିଂହପୁର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି ।
ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତକାଲି ରାତି ୧୨ଟା ସୁଦ୍ଧା ମୋଟ ୩ ଲକ୍ଷ ୯୩ ହଜାର ୬୦୨ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି । ଏଥିରୁ ଏଯାଏଁ ୧୮ ହଜାର ୧୧୦ଟି ନମୁନା ରିପୋର୍ଟ ପଜିଟିଭ ଆସିଛି । ମୋଟ ୧୨ ହଜାର ୯୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୯୭ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏବେ ୫ ହଜାର ୭୪ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0