spot_img

ଲାଲଜୀ ଟଣ୍ଡନ ଆଉ ନାହାନ୍ତି

ଭୋପାଳ : ପରଲୋକରେ ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନ । ମଙ୍ଗଳବାର ସକାଳୁ ମୃତ୍ୟୁ ହୋଇଥିବା ପୁଅ ଆଶୁତୋଷ ଟ୍ୱିଟ କରି ଜଣାଇଛନ୍ତି । ମୁତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ଲଲଜୀ ଜୁନ୍ ୧୧ ତାରିଖ ଦିନ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ । ସେଥିପାଇଁ ତାଙ୍କୁ ଲକ୍ଷ୍ନେ୍ର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦେହରେ ଜ୍ୱର, ପରିଶ୍ରା ଜନିତ ସମସ୍ୟା ମଧ୍ୟ ତାଙ୍କର ରହିଥିଲା । କରୋନା ରିପୋର୍ଟ ନେଗେଟିଭ ଥିଲେ ମଧ୍ୟ ଯକୃତ ସମସ୍ୟା ଥିବା ଚିକିତ୍ସାା ପରେ ଜଣାପଡିଥିଲା । ଲଲଜୀ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି ।

ତାଙ୍କ  ସମ୍ବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି-‘ସମାଜ ପାଇଁ ନିଜର ସେବା ମନୋବୃତ୍ତି ପାଇଁ ଲାଲଜୀ ଟଣ୍ଡନ ସଦା ମନେ ରହିବେ । ଉତ୍ତରପ୍ରଦେଶରେ ବିଜେପିର ସ୍ଥିତିକୁ ସୁଦୃଢ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ଜଣେ ପ୍ରଭାବଶାଳୀ ପ୍ରଶାସକ, ଯିଏକି ସର୍ବସାଧାରଣଙ୍କ କଲ୍ୟାଣ ପ୍ରତି ସର୍ବଦା ଗୁରୁତ୍ୱ ଦେଉଥିଲେ । ତାଙ୍କ ବିୟୋଗରେ ମୁଁ ଦୁଃଖିତ ।’

LEAVE A REPLY

Please enter your comment!
Please enter your name here

- Advertisment -

Most Popular