ଦେଶରେ ପୁଣି ବଢ଼ିଛି କରୋନା ସଂକ୍ରମଣ । । ଗତ ୨୪ ଘଣ୍ଟାରେ ୪୫ହଜାର ୫୭୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଦେଶରେ ସମୁଦାୟ ୮୯ଲକ୍ଷ ୫୮ହଜାର ୪୮୩ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଦେଶରେ ୫୮୫ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ମୋଟ ମୃତୁ୍ୟ ସଂଖ୍ୟା ୧ ଲକ୍ଷ ୩୧ ହଜାର ୫୭୮କୁ ବୃଦ୍ଧି ପାଇଛି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ୪୮ହଜାର ୪୯୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା କରୋନାରୁ ସମୁଦାୟ ୮୩ଲକ୍ଷ ୮୩ ହଜାର ୬୦୨ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ସକ୍ରିୟ ରହିଛନ୍ତି ୪ ଲକ୍ଷ ୪୩ ହଜାର ୩୦୩ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0