ବିହାର: ବିହାରରେ ୫ ଲକ୍ଷ ନଗଦ ଟଙ୍କା ଏବଂ ନକଲି ପରିଚୟ ସହିତ ୫ ଆଫଗାନିସ୍ତାନ ନାଗରିକଙ୍କୁ ଧରିଛି ପୋଲିସ । ବିହାରର କାଟିହାର ଜିଲ୍ଲାର ନାଗର ପୋଲିସ ଷ୍ଟେସନ ଅନ୍ତର୍ଗତ ଚୌଧୁରୀ ମୋହଲ୍ଲା ଠାରୁ ପୋଲିସ ଏହି ଆଫଗାନିସ୍ତାନ ନାଗରିକମାନଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଏହି ଆଫଗାନିସ୍ତାନ ନାଗରିକଙ୍କଠାରୁ ପୋଲିସ ପାଞ୍ଚ ଲକ୍ଷରୁ ଅଧିକ ନଗଦ ଟଙ୍କା, କାରବାର ସମ୍ବନ୍ଧୀୟ ଦସ୍ତାବିଜ ଏବଂ ଅନ୍ୟାନ୍ୟ ଦଲିଲ ଉଦ୍ଧାର କରିଛି। ପଚରାଉଚରା ବେଳେ ଅଭିଯୁକ୍ତମନେ ନିଜକୁ କାଟିହାର ବାସିନ୍ଦା ବୋଲି ପ୍ରକାଶ କରିଥିଲେ । ପୋଲିସ ଅଧୀକ୍ଷକ ବିକାଶ କୁମାର କହିଛନ୍ତି ଯେ, ପ୍ରାରମ୍ଭିକ ଅନୁସନ୍ଧାନରେ କାରବାର ଏବଂ ସୁଧ ଉପରେ ଟଙ୍କା ଦେବାରେ ସମସ୍ତଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି। ମନି ଲଣ୍ଡରିଂ ଏବଂ ବିଦେଶୀ ଇମିଗ୍ରେସନ ଆଇନ ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0