spot_img

ମୁଖ୍ୟମନ୍ତ୍ରୀଙ୍କ ଦେୱାନୀ ଓ ଫୌଜଦାରି ଅଦାଲତ ଉଦଘାଟନ

ହିଞ୍ଜିଳିକାଟୁ: ବହୁ ପ୍ରତୀକ୍ଷା ର ଅନ୍ତ ଘଟାଇ ଶେଷ ରେ ହିଞ୍ଜିଳିକାଟୁ ବାସୀ ଙ୍କ ସ୍ୱପ୍ନ ସାକାର ହୋଇଛି l ଆଜି ସନ୍ଧ୍ୟା ୫ଟା ସମୟ ରେ ଉଦଘାଟନ ହେଇଛି ହିଞ୍ଜିଳିକାଟୁ ର ଦେୱାନୀ ଓ ଫୌଜଦାରି ଅଦାଲତ l ପୂର୍ଵ ର ୮ତାରଖ ଦିନ ଉଦଘାଟନ କାର୍ୟ୍ୟକ୍ରମ ଥିଲାବେଳେ ଶେଷମୁହୂର୍ତ ରେ ଉଦଘାଟନ କାର୍ୟ୍ୟକ୍ରମ ବାତିଲ ହେଇଥିଲା l ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ହିଞ୍ଜିଳିକାଟୁ ର ନୂତନ କୋଠା କୁ ଭିଡ଼ିଓ କନଫ୍ରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଜଷ୍ଟିସ ମହମଦ ରାଫିକ, ଜଷ୍ଟିସ ବିଶ୍ୱଜିତ ମିଶ୍ର କନଫ୍ରେନ୍ସ ମାଧ୍ୟମରେ ଉଦଘାଟନ କରିଥିଲେ l ଏହି ନୂତନ କୋଠା ର ଅଟକଳ ମୂଲ୍ୟ୪କୋଟି ୭ ଲକ୍ଷ୍ୟ ୬୮ ହଜାର ଟଙ୍କା ମୂଲ୍ୟ ରେ ନିର୍ମାଣ ହେଇଛି l ଓଡିଶା ସରକାର ଙ୍କ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କଳାହାଣ୍ଡି ଭିସି ହଲ ରୁ ରହି ସମ୍ବୋଧନ ରଖିଥିଲେ ଓ ଗଞ୍ଜାମ ଜିଲ୍ଲା ପାଳ ବିଜୟ ଅମୃତ କୁଲାଙ୍ଗେ ଓ ଆସ୍କା ସାଂସଦ ପ୍ରମିଳା ବିଷୋୟୀ ମଧ୍ୟ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ଏହା ସହ ହାଇକୋର୍ଟର ମୁଖ୍ୟ ବିଚାରପତି ମଧ୍ୟ ବକ୍ତବ୍ୟ ରଖିଥିଲେ ଶେଷରେ ହିଂଜିଳିକାଟୁ ଓକିଲ ସଂଘର ସଭାପତି ଦ୍ୱତୀକୃଷ୍ଣ ସାବତ ଧନ୍ୟବାଦ ଅର୍ପଣ କରିଥିଲେ l

LEAVE A REPLY

Please enter your comment!
Please enter your name here

- Advertisment -

Most Popular