ଜଗତସିଂହପୁର ୧୫।୦୭: ଜଗତସିଂହପୁର ଜିଲ୍ଲାର ପ୍ରମୁଖ ବ୍ୟବସାୟୀକ ଅଞ୍ଚଳ ରାହାମା କୁ ପାଞ୍ଚଦିନ ପାଇଁ ସଟ୍ଡାଉନ ଘୋଷଣା କରାଯାଇଛି। ହଜାରେରୁ ଉର୍ଦ୍ଧ ଥିବା ବ୍ୟବସାୟ ପ୍ରତିଷ୍ଠାନ ସମେତ ବ୍ୟାଙ୍କ ଓ ଅନ୍ୟାନ୍ୟ ସମସ୍ତ ପ୍ରତିଷ୍ଠାନ ବନ୍ଦ। ଜଗତସିଂହପୁର ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲାଗିଥିବା ବେଳେ ଜିଲ୍ଲାର ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳ ରାହାମା ଅଞ୍ଚଳରେ ତିନିଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କୁଜଙ୍ଗ ବ୍ଲକ ରାହାମା ଅଞ୍ଚଳ ଅଧ୍ୟୂଷିତ ତାଳପଡା ପଞ୍ଚାୟତରୁ ଜଣେ ଓ ସାଇଲୋ ପଞ୍ଚାୟତରୁ ଦୁଇଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଯାହାକୁ ନେଇ ଉଭୟ ପଞ୍ଚାୟତର ସରପଞ୍ଚ ଦୁଇ ପଞ୍ଚାୟତ ସମେତ ସମଗ୍ର ରାହାମା ବଜାରକୁ ସଟ୍ଡାଉନ ଘୋଷଣା କରିଛନ୍ତି।ତାଳପଡା ଓ ସାଇଲୋ ପଞ୍ଚାୟତର ସମସ୍ତ ଗ୍ରାମ ସମେତ ରାହାମା ଅଞ୍ଚଳରେ କଟକଣା ଜାରି କରାଯାଇଛି। ରାହାମା ମୁଖ୍ୟ ବଜାରରେ ଛୋଟବଡ ସାତଶହରୁ ଉର୍ଦ୍ଧ୍ବ ବ୍ୟବସାୟ ପ୍ରତିଷ୍ଠାନ,ତାଳପଡା,ଓ ରାହାମା ବଡ଼ବଜାରରେ ଥିବା ହଜାରେରୁ ଅଧିକ ବ୍ୟବସାୟ ପ୍ରତିଷ୍ଠାନ ସମେତ ଉକ୍ତ ଅଞ୍ଚଳରେ ଥିବା ସମସ୍ତ ବ୍ୟାଙ୍କ, ଘରୋଇ ଅନୁଷ୍ଠାନ ବନ୍ଦ ରଖିବା ପାଇଁ ସରପଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ପ୍ରଶାସନ ଓ ସାଧାରଣ ପ୍ରଶାସନ ପକ୍ଷରୁ କଟକଣାକୁ ସଫଳ କରିବା ପାଇଁ ପଦକ୍ଷେପ ନିଆଯାଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0