spot_img

ଶ୍ରୀଲଙ୍କାରେ ପହଁଞ୍ଚିଲା ଭାରତର ୫ ଲକ୍ଷ କୋଭିଡ ଟିକା

ନୂଆଦିଲ୍ଲୀ: ଭାରତରୁ ପଠାଯାଇଥିବା ୫ ଲକ୍ଷ କୋଭିଡ ଟିକା ଶ୍ରୀଲଙ୍କାରେ ପହଁଞ୍ଚିଛି । ଏନେଇ ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର ସୂଚନା ଦେବା ସହ ଟ୍ୱିଟ କରି କହିଛନ୍ତି, ଶ୍ରୀଲଙ୍କା ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ତଥା ବିଶ୍ୱସ୍ଥ ଭାଗିଦାରୀ ରାଷ୍ଟ୍ର । ଭାରତର ‘ଭାକସିନ ମୈତ୍ରୀ’ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଶ୍ରୀଲଙ୍କାକୁ ଏହି ପ୍ରତିଷେଧକ ଦାନ କରାଯାଇଛି। ପୂର୍ବରୁ ଭାରତ ଏହାର ୭ଟି ପଡ଼ୋଶୀ ଦେଶକୁ କୋଭିଡ ଟିକା ଦାନ କରିସାରିଛି। ଭାରତର ଏହି ମାନବୀୟ କାର୍ୟ୍ୟରୁ ଏହାର ‘ପଡ଼ୋଶୀ ଦେଶ ପ୍ରଥମେ’ ନୀତି ଓ ‘ସାଗର ନୀତି’ ପ୍ରତି ଏହା ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରମାଣିତ ହୋଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular