କୃଷକଙ୍କ ଉପଦ୍ରବ ପରେ ଲାଲ କିଲ୍ଲା ସାଧାରଣ ଜନତା ଓ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦିଆଯାଇଛି। ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ତରଫରୁ ଜାନୁଆରୀ ୨୭ ତାରିଖରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଲାଲ କିଲ୍ଲାକୁ ଜାନୁଆରୀ ୨୭ ରୁ ୩୧ ତାରିଖ ଯାଏଁ ବନ୍ଦ କରାଯାଇଛି। ଏଏସଆଇ କର୍ମଚାରୀ ଓ ପୋଲିସ ସୁରକ୍ଷା ବ୍ୟବସ୍ଥା ପୂର୍ବ ଭଳି ହିଁ ରହିବ। ଜାନୁଆରୀ ୩୧ ତାରିଖ ଯାଏଁ କୌଣସି ସାଧାରଣ ଜନତାଙ୍କୁ ଲାଲ କିଲ୍ଲାକୁ ଯିବାକୁ ଅନୁମତି ନାହିଁ। ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ସମୟରେ କୃଷକମାନେ ଲାଲ କିଲ୍ଲାରେ ନିଜ ଧାର୍ମିକ ଧ୍ବଜା ଲଗାଇଥିଲେ। ଏହାସହ ଲାଲ କିଲ୍ଲାରେ ପଶି ନାନା ଭଙ୍ଗାରୁଜା ମଧ୍ୟ କରିଛନ୍ତି। ଯାହାଫଳରେ ସ୍ମାରକର ଅନେକ କ୍ଷୟକ୍ଷତି ହୋଇଛି। ହିଂସା ଘଟଣାରେ ହୋଇଥିବା କ୍ଷୟକ୍ଷତି ପରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଲାଲ କିଲ୍ଲାର ନିରୀକ୍ଷଣ ପାଇଁ ପହଞ୍ଚିଥିଲେ। ମରାମତି କାମ ଜାରି ରହିଛି।



Visitors Today : 1
Total Visitors : 130436
Total Views : 9891967
Visitors Online Now : 0