spot_img

ଟ୍ରକ୍ ଚାଳକଙ୍କୁ ହେଲମେଟ୍ ଫାଇନ୍

ବ୍ରହ୍ମପୁର: ଅଜବ ଫାଇନ, ଟ୍ରକ୍ ଚାଳକଙ୍କୁ ହେଲମେଟ୍ ଫାଇନ୍ । ଅଜବ ଲାଗିଲେ ବି କଥାଟା ସତ । ଗାଡି ଚଳାଇବା ବେଳେ ହେଲମେଟ୍ ପିନ୍ଧିନଥିବା ଅଭିଯୋଗରେ ଟ୍ରାଫିକ୍ ପୋଲିସ ପକ୍ଷରୁ ହଜାରେ ଟଙ୍କା ଜରିମନା କରାଯାଇଛି । ଏନେଇ ନିଜେ ଟ୍ରକ୍ ଡ୍ରାଇଭର ପ୍ରମୋଦ କୁମାର ସ୍ବାଇଁ ଅଭିଯୋଗ କରିଛନ୍ତି । ବ୍ରହ୍ମପୁର ଅଞ୍ଚଳର ଟ୍ରକ୍ ଡ୍ରାଇଭର ପ୍ରମୋଦ ଗାଡିର ପରମିଟ୍ ଅବଧି ଶେଷ ହୋଇଯାଇଥିବା ନେଇ ଆରଡିଓ ଅଫିସ ଯାଇଥିଲେ । ସେହି ସମୟରେ ତାଙ୍କୁ ପୂର୍ବରୁ ଚାଲାଣ ଥିବା ନେଇ ଟଙ୍କା ପୈଠ କରିବାକୁ କୁହାଯାଇଥିଲା । ତେବେ ଟ୍ରକ୍ ଡ୍ରାଇଭରଙ୍କୁ ହେଲମେଟ୍ ପିନ୍ଧିନଥିବା ନେଇ ହଜାରେ ଟଙ୍କା ଚାଲାଣ କଟାଯିବା କଥା ଏବେ ସମସ୍ତଙ୍କୁ ଚକିତ କରିଛି । ଅନ୍ୟ କୌଣସି କାରଣରୁ ମଧ୍ୟ ୫୦୦ ଟଙ୍କା ଲେଖାଏଁ ଦୁଇଟି ଚାଲାଣ କଟାଯାଇଥିବା ଡ୍ରାଇଭର ପ୍ରମୋଦ କହିଛନ୍ତି । ରାଜସ୍ବ ଆଦାୟ ଆଳରେ ଟ୍ରାଫିକ୍ ପୋଲିସ କିଭଳି ଭାବେ କାର୍ଯ୍ୟ କରୁଛି ତାହା ଖବରରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular