ନୂଆଦିଲ୍ଲୀ: ସଂସଦର ୫ଟି ବିଭିନ୍ନ କମିଟିରେ ସଦସ୍ୟ ଭାବେ ୬ ଜଣ ଓଡିଆ ସାଂସଦଙ୍କୁ ମନୋନୀତ କରାଯାଇଛି । ଏହି ୬ ଜଣ ଲୋକସଭା ସାଂସଦଙ୍କୁ ବାଚସ୍ପତି ଓମ ବିର୍ଲା ମନୋନୀତ କରିଛନ୍ତି । ସଂସଦୀୟ ସବଅର୍ଡିନେଟ ଲେଜିସଲେସନ ସଦସ୍ୟ ରୂପେ ବିଜେଡି ସାଂସଦ ପିନାକୀ ମିଶ୍ର ଓ ବିଜେପି ସାଂସଦ ସୁରେଶ ପୂଜାରୀ ମନୋନିତ ହୋଇଛନ୍ତି । ସେହିପରି ପେପର୍ ଉପସ୍ଥାପନ କମିଟିର ସଦସ୍ୟ ରୂପେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କୁ ମନୋନୀତ କରାଯାଇଛି । ଗଭର୍ଣ୍ଣମେଣ୍ଟ ଆସୁରାନ୍ସ କମିଟିର ସଦସ୍ୟ ରୂପେ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ ଓ ପ୍ରିବିଲେଜ୍ କମିଟିର ସଦସ୍ୟ ରୂପେ ବିଜେଡି ସାଂସଦ ଅଚ୍ୟୁତାନନ୍ଦ ସାମନ୍ତଙ୍କୁ ମନୋନୀତ କରାଯାଇଛି । ସେହିପରି ଏଥିକ୍ସ କମିଟିର ସଦସ୍ୟ ରୂପେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଲୋକସଭା ବାଚସ୍ପତି ମନୋନୀତ କରିଥିବା ଲୋକସଭା ସଚିବାଳୟର ବୁଲେଟିନରୁ ଜଣାପଡିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0